CM attends Samaj’s 103rd Foundation Day in Cuttack

0
439

By Our Correspondent

CUTTACK/BHUBANESWAR: ସମାଜ’ ଖବର କାଗଜର ୧୦୩ ତମ ସ୍ଵନକ୍ଷତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉତ୍କଳମଣି ଗୋପବନ୍ଧୁଙ୍କ ଅନୁଷ୍ଠାନ ‘ସମାଜ’ ଓଡ଼ିଶାର ଘରେ ଘରେ ପରିଚିତ। ଓଡ଼ିଶାର ଶହେ ବର୍ଷର ଇତିହାସ ସହ ‘ସମାଜ’ ଜଡ଼ିତ ଏବଂ ଏହା ସେବା ଓ ସଚେତନତା କ୍ଷେତ୍ରରେ ଆଦର୍ଶ ବୋଲି ସେ କହିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରାଯିବ। 5T ଉପକ୍ରମରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନର ବିକାଶ ପାଇଁ କାମ ଚାଲିଛି ଏବଂ ଏଥିରେ ସମସ୍ତଙ୍କ ସହଯୋଗ ମଧ୍ୟ ରହିଛି। ଓଡ଼ିଶାବାସୀଙ୍କ ସହ ‘ସମାଜ’ ପରିବାର ପାଇଁ ଏହା ବିଶେଷ ଆନନ୍ଦର କଥା।

ସମାଜ ଖବର କାଗଜ ଓଡ଼ିଶାର ସାମାଜିକ-ରାଜନୈତିକ କ୍ଷେତ୍ରରେ ନିଜର ଗୁରୁତ୍ବ ବଜାୟ ରଖିଛି। ବର୍ତ୍ତମାନ ସମୟରେ ମୁଦ୍ରିତ ଗଣମାଧ୍ୟମର ବହୁ ଆଦର ରହିଛି। ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ‘ସମାଜ’ ଓଡ଼ିଆ ଜାତିର ବିକାଶ ଦିଗରେ ତାର ଦାୟିତ୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ବାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here