Chandrasekharpur PS Case No-83, one arrested

0
132
SK Jabula (41), S/o- SK Ramjan of Vill- Brahmanjhrilo, PS- Cuttack Sadar, Dist- Cuttack

By Our Correspondent

BHUBANESWAR:  Chandrasekharpur PS Case No-83, dt.05.02.2024, U/s-420/468/471 IPC.PO:Ajmer motors, near Taniska Showroom, PS- CS Pur, Bhubaneswar UPD.

Gist of the Case:

ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକରି ଶ୍ରୀ ଶଙ୍କର ସେନାପତିଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତଙ୍କର ଚନ୍ଦ୍ରଶେଖରପୁର ରେ ଆଜମେର ମୋଟର୍ସ ନାମରେ ଗୋଟିଏ ପୁରୁଣା କାର ଶୋରୁମ ଅଛି । ଅଭିଯୋଗକାରୀ ଗତ ତା ୧୬.୦୪.୨୦୨୨ ରିଖରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ୬୫୦୦୦୦/- ଟଙ୍କା ଦେଇ ଗୋଟିଏ ପୁରୁଣା ବୋଲେରୋ କିଣିଥିଲେ ।

ଅଭିଯୁକ୍ତ ଜଣକ ଦୁଇମାସ ମଧ୍ୟରେ ମାଲିକାନା ହସ୍ତାନ୍ତର କରିବାର ପ୍ରତିସୂତି ଦେଇ ଅଭିଯୋଗକାରୀଙ୍କ ସହିତ ଚୁକ୍ତି କରିବା ପରେ ଗାଡିର କାଗଜପତ୍ର ଓ ଏନଓସି ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କର ବାରମ୍ବାର ଅନୁରୋଧ ସତ୍ବେ ଅଭିଯୁକ୍ତ ଜଣକ କିଛି ଶୁଣିନଥିଲେ କିମ୍ବା ଗାଡିର ମାଲିକାନା ହସ୍ତାନ୍ତର କରିନଥିଲେ ।

 ଏନେଇ ଅଭିଯୋଗକାରୀ ସମ୍ପୃକ୍ତ ବ୍ଯାଙ୍କରେ ଯାଞ୍ଚ କରିବା ପରେ, ଅଭିଯୁକ୍ତ ଜଣକ ଉକ୍ତ ଗାଡିର କିସ୍ତି ସୁଝିନଥିବାରୁ ତାଙ୍କୁ କୌଣସି ଏନଓସି ମିଳିନଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ସରଳତାର ସୁଯୋଗ ନେଇ ତାଙ୍କ ଠାରୁ ଟଙ୍କା ନେବା ପରେ ମଧ୍ୟ ତାଙ୍କୁ ଜାଲି ଏନଓସି ଦେଇ ଠକିଥିବାରୁ ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused person:

1.         SK Jabula (41), S/o- SK Ramjan of Vill- Brahmanjhrilo, PS- Cuttack Sadar, Dist- Cuttack.

Seizure Articles: Vehicle related documents, cash transaction statement, and agreement copy.

LEAVE A REPLY

Please enter your comment!
Please enter your name here