Badagada PS Case No-361, accused forwarded to Court, know details

0
274
Tuna Pradhan @ Tuna Miyani (28), S/o- Alim Pradhan of Vill- Near Bus Stand, Takabalim PS- Tikabali, Dist- Kandhamal, At/pr- Qtr.No- 3/2, Block- 12, Mainshakhala Basti, PS- Badagada, Dist- Khordha

By Our Correspondent

BHUBANESWAR:   Badagada PS Case No-361, dtd.06.07.2023, U/S-20(b) (ii) (C)/29 NDPS ACT.PO: Near Bankuala Bridge, PS- Badagada, BBSR UPD.

Gist of the FIR:

ଗତ ତା ୦୬.୦୭.୨୦୨୩ ରିଖରେ ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ବଡ଼ଗଡ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ବାଙ୍କୁଆଳ ବ୍ରିଜ ନିକଟରେ ଅତର୍କିତ ଚଢଉ କରି ଗୋଟିଏ ଅଟୋ ରେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅଭିଯୁକ୍ତ ପ୍ରକାଶ ମାଳୀ ଏବଂ ନୀଳାଚଳ ନାୟକଙ୍କୁ ଗିରଫ କରିଥିଲେ ।

ସେହି ସମୟରେ ଉକ୍ତ ଅଟୋର ଡ୍ରାଇଭର ନିମ୍ନୋକ୍ତ ଅଭିଯୁକ୍ତ କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ସେମାନଙ୍କ ହେପାଜତରୁ ମୋଟ ୨୧ କେଜି ୩୩୦ ଗ୍ରାମ ଓଜନର ଗଞ୍ଜେଇ, ୨୦୯ ଟଙ୍କା, ୨ଟି ମୋବାଇଲ ଫୋନ ସହିତ ସମ୍ପୃକ୍ତ ଅଟୋ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତମାନେ, ଉକ୍ତ ବେଆଇନ ଗଞ୍ଜେଇକୁ ଅନ୍ୟ ଅଭିଯୁକ୍ତ ମାନଙ୍କ ଠାରୁ ସଂଗ୍ରହ କରୁଥିବା ଦର୍ଶାଇଥିଲେ ।

 ଉକ୍ତ ଘଟଣାକୁ କେନ୍ଦ୍ରକରି ବଡ଼ଗଡ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ମଇଁଷିଖାଲ ବସ୍ତିରେ ଥିବା ଘରୁ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।

ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ବଡ଼ଗଡ, କ୍ୟାପିଟାଲ ଏବଂ ଖଣ୍ଡଗିରି ଥାନାରେ ସମୁଦାୟ ୧୭ ଟି ଚୋରୀ, ଲୁଟ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

“ସେଫସିଟି ଡ୍ରାଇଭ” ଅଧୀନରେ ସହରକୁ ନିଶାମୁକ୍ତ କରିବା ପାଇଁ ଜନସାଧାରଣମାନେ ନିଶା କାରବାର ଜନିତ  ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused persons:

1.         Tuna Pradhan @ Tuna Miyani (28), S/o- Alim Pradhan of Vill- Near Bus Stand, Takabalim PS- Tikabali, Dist- Kandhamal, At/pr- Qtr.No- 3/2, Block- 12, Mainshakhala Basti, PS- Badagada, Dist- Khordha.

LEAVE A REPLY

Please enter your comment!
Please enter your name here