୬୯ତମ ଓଡିଶା ଷ୍ଟେଟ ଆଥଲେଟିକ ଚମ୍ପିୟନସିପ – ୨୦୨୩ ରେ ପଦକ ଜିତି  ଓଡିଶା ପୋଲିସର ସୁନାମ ବଢାଇ ଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ବର୍ଦ୍ଧିତ କରିଛନ୍ତି

0
376
୬୯ତମ ଓଡିଶା ଷ୍ଟେଟ ଆଥଲେଟିକ ଚମ୍ପିୟନସିପ - ୨୦୨୩ ରେ ପଦକ ଜିତି ଓଡିଶା ପୋଲିସର ସୁନାମ ବଢାଇ ଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି | ଆଜି ଅପରାହ୍ନରେ ପଦକ ଜିତିଥିବା ପ୍ରତିଯୋଗୀମାନେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା ଉପସ୍ଥିତ ଥିଲେ |

By Our Correspondent

CUTTACK/BHUBANESWAR:  ୬୯ତମ ଓଡିଶା ଷ୍ଟେଟ ଆଥଲେଟିକ ଚମ୍ପିୟନସିପ – ୨୦୨୩ ରେ ପଦକ ଜିତି  ଓଡିଶା ପୋଲିସର ସୁନାମ ବଢାଇ ଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି | ଆଜି ଅପରାହ୍ନରେ ପଦକ ଜିତିଥିବା ପ୍ରତିଯୋଗୀମାନେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା ଉପସ୍ଥିତ ଥିଲେ |

ଉଲ୍ଲେଖଯୋଗ୍ୟ ଯେ, ଭୁବେନେଶ୍ବରସ୍ଥିତ KIIT ଆଥଲେଟିକ ଷ୍ଟାଡିୟମରେ ୨୨ ରୁ ୨୫ ଜୁନ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଅଶୋକ ଦଣ୍ଡସେନା ୧୫୦୦ ଓ ୩୦୦୦ ମିଟର (ଷ୍ଟିପଲ ଚେଜ) ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି  ନୂତନ ରେକର୍ଡ ସ୍ଥାପନ କରିଛନ୍ତି l

ମହିଳା ବିଭାଗରେ ଓଡିଶା ପୋଲିସ ଦଳଗତ ଚମ୍ପିୟାନ ହୋଇଛି l ସେହିପରି ବିଘ୍ନରାଜ ମିରିଡିଆ ୨୦୦ ଏବଂ ୪୦୦ ମିଟର ଦୌଡରେ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ, ରାକେଶ କୁମାର ସାହୁ (ଡେକାଥଲନ) ରେ ସ୍ଵର୍ଣ୍ଣ ଓ (ପୋଲଭୋଲ୍ଟ) ରେ ବ୍ରୋଞ୍ଜ ପଦକ, ଯୋଗେଶ କୁମାର ଦାସ (ହାମର ଥ୍ରୋ)ରେ ସ୍ଵର୍ଣ୍ଣ ପଦକ, ବିଜୟ  କୁମାର ସାହୁ ୪୦୦  ମିଟର (ବାଧା ଦୌଡ)ରେ ସ୍ଵର୍ଣ୍ଣ ପଦକ, ସୁନୀଲ ନାୟକ ୮୦୦ ମିଟର ଦୌଡ ରେ ବ୍ରୋଞ୍ଜ ପଦକ, ସୂର୍ଯ୍ୟକାନ୍ତ ରାୟ ୫୦୦୦ ଏବଂ ୧୦୦୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ, ସମ୍ରାଟ ସା (ଲଙ୍ଗଜମ୍ପ) ରେ ବ୍ରୋଞ୍ଜ ପଦକ, ନିରଞ୍ଜନ ମହାନ୍ତି ୧୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ, ବନିତା ଲାକ୍ରା ୧୦୦ ଏବଂ ୨୦୦ ମିଟର ଦୌଡରେ ସ୍ଵର୍ଣ୍ଣ ପଦକ, ମିତାଲି  ମଲ୍ଲିକ ୪୦୦ ମିଟର ଦୌଡରେ ସ୍ଵର୍ଣ୍ଣ ପଦକ, ସଶ୍ମିତା ବେହେରା (ଜାଭଲିନ ଥ୍ରୋ)ରେ ସ୍ଵର୍ଣ୍ଣ ପଦକ ଓ (ଡ଼ିସକସ ଥ୍ରୋ)ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l

ଏହି ସାକ୍ଷାତ ସମୟରେ ସେକ୍ସନ ଅଫିସର, ସ୍ପୋର୍ଟ୍ସ  ସେଲ ମହମ୍ମଦ ସହିଦ ଜବାର ଓ କୋଚ୍ ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here