୬୭ ଜଣ ପୋଲିସ ଅଧିକାରୀ, କର୍ମଚାରୀଙ୍କୁ ସାହସିକତା ନିମନ୍ତେ ପୋଲିସ ପଦକ ପ୍ରଦାନ

0
221
ଆଜି ପୂର୍ବାହ୍ନରେ ଲୋକସେବା ଭବନ ସ୍ଥିତ କନଭେନସନ ହଲ୍ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୬୭ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାହସିକତା ନିମନ୍ତେ ପୋଲିସ ପଦକ ପ୍ରଦାନ କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ସ୍ଵାଧୀନତା ଦିବସ ଅବସରରେ ସାହସିକତା ନିମନ୍ତେ ପୋଲିସ ପଦକ ନିମନ୍ତେ ପୋଲିସ ଅଧିକାରୀ/ କର୍ମଚାରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ l

By Our Correspondent

BHUBANESWAR: ଆଜି ପୂର୍ବାହ୍ନରେ ଲୋକସେବା ଭବନ ସ୍ଥିତ କନଭେନସନ ହଲ୍ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୬୭ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାହସିକତା ନିମନ୍ତେ ପୋଲିସ ପଦକ ପ୍ରଦାନ କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ସ୍ଵାଧୀନତା ଦିବସ ଅବସରରେ ସାହସିକତା ନିମନ୍ତେ ପୋଲିସ ପଦକ ନିମନ୍ତେ ପୋଲିସ ଅଧିକାରୀ/ କର୍ମଚାରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ l

 ୨୦୧୯-୨୦ ମସିହାରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ଭିନ୍ନ ଭିନ୍ନ ୯ଟି ଘଟଣାରେ ମାଓଦମନ  ଅଭିଯାନରେ ଉଚ୍ଚକୋଟୀର ସାହସିକତା ପ୍ରଦର୍ଶନ କରିଥିବା ଯୋଗୁଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି l ଏକକାଳୀନ ୬୭ ଜଣ ଏହି ପଦକ ପାଇବା ଓଡିଶା ପୋଲିସ ନିମନ୍ତେ ଏକ ଗର୍ବ ଏବଂ ଗୌରବର ଘଟଣା l

ସେହିପରି ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା  ଯୋଗ୍ୟ ବିବେଚିତ ଶ୍ରୀ ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଏବଂ ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି l ଏହା ବ୍ଯତୀତ ଶ୍ରୀ ଏସ. ପ୍ରବୀଣ କୁମାର, ଆଇଜିପି (କାର୍ମୀକ)ଙ୍କ ସମେତ ଅନ୍ୟ ୧୦ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ମୋଟ  ୮୦ ଜଣଙ୍କୁ ପଦକ ପ୍ରଦାନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here