‘୨୦୩୬ରେ ଓଡ଼ିଶା – ଏକ ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଅଧିବେଶନରେ ଯୋଗଦେଇ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଓଡ଼ିଶାର ରୂପାନ୍ତରୀକରଣର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି

0
190
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମଞ୍ଚରେ ଓଡ଼ିଶାର ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। ‘୨୦୩୬ରେ ଓଡ଼ିଶା – ଏକ ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଅଧିବେଶନରେ ଯୋଗଦେଇ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ୍ ଓଡ଼ିଶାର ରୂପାନ୍ତରୀକରଣର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହା ହେଉଛି ‘ନୂଆ ଓଡ଼ିଶା’ ବୋଲି ସେ କହିଛନ୍ତି

By Our Correspondent

BHUBANESWAR:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମଞ୍ଚରେ ଓଡ଼ିଶାର ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। ‘୨୦୩୬ରେ ଓଡ଼ିଶା – ଏକ ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଅଧିବେଶନରେ ଯୋଗଦେଇ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ୍ ଓଡ଼ିଶାର ରୂପାନ୍ତରୀକରଣର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହା ହେଉଛି ‘ନୂଆ ଓଡ଼ିଶା’ ବୋଲି ସେ କହିଛନ୍ତି

ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି କଥା ଆଲୋଚନା କରାଯାଉଛି। ୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରିହେବ ନାହିଁ। ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରସ୍ତୁତ ହେବାକୁ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ୍ ଛାତ୍ରଛାତ୍ରୀ ଓ ଯୁବପିଢ଼ିକୁ ଆହ୍ୱାନ କରିଛନ୍ତି। ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ୨୦୩୪କୁ ଟାର୍ଗେଟ କରିବା। ଏଥିପାଇଁ ଆବଶ୍ୟକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

୨୦୧୯ ପରେ ଓଡ଼ିଶାରେ ପରିବର୍ତ୍ତନର ନୂଆ ସମୟ ଆରମ୍ଭ ହୋଇଛି। ସେହି ‘ପରିବର୍ତ୍ତନ’ ହେଉଛି ‘ରୂପାନ୍ତରୀକରଣ’। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଏବଂ ଲୋକ ପ୍ରଶାସନ ସବୁ କ୍ଷେତ୍ରରେ ଓଡ଼ିଶାର ଏହି ବିଶାଳ ରୂପାନ୍ତରଣର ଚିତ୍ର ଦେଖାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବଂ ସରକାରର ପ୍ରତିବଦ୍ଧତା ବଳରେ ଏସବୁ ସମ୍ଭବ ହୋଇଛି ବୋଲି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ୍ ଉଲ୍ଲେଖ କରିଛନ୍ତି।

ବିଭିନ୍ନ କ୍ଷେତ୍ରର ବିକାଶ ସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋକଙ୍କୁ ସମ୍ମାନ ଦେବା। ଏହା ଉପରେ ସରକାର ସବୁବେଳେ ଜୋର୍ ଦେଉଛନ୍ତି। MoSarkar କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କ ପାଖରୁ ପ୍ରଶାସନକୁ ଫିଡବ୍ୟାକ୍ ମିଳିପାରୁଛି। ଏଭଳି ବ୍ୟବସ୍ଥା କେବଳ ଓଡ଼ିଶା ଆରମ୍ଭ କରିଛି। ଦକ୍ଷତା ଏବଂ ସ୍ୱଚ୍ଛତା ସହିତ ସୁପ୍ରଶାସନ ରାଜ୍ୟ ସରକାରଙ୍କ ସଫଳତାର ମନ୍ତ୍ର ବୋଲି ଏହି ଅବସରରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ୍ କହିଛନ୍ତି।

LEAVE A REPLY

Please enter your comment!
Please enter your name here