୧ ପ୍ରତିଶତ ମିଲେଟ ଉତ୍ପାଦନକାରୀ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ କିନ୍ତୁ ବ୍ୟୟବରାଦ ହୋଇଛି ୪ହଜାର କୋଟି ଏବଂ ୨୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି

0
41

By Our Correspondent

BHUBANESWAR:  ମିଥ୍ୟା ତଥ୍ୟ ପ୍ରଚାର କରି କେବଳ ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର । ଯାହା ତାଙ୍କ ପାଖରେ ନାହିଁ ତାହା ପ୍ରଦର୍ଶିତ କରୁଛନ୍ତି ଏବଂ ବାସ୍ତବତାକୁ ଲୁଚାଇ ମିଛ କହି ଓଡ଼ିଆ ଜାତିକୁ ବଦନାମ କରୁଛନ୍ତି । ରାଜ୍ୟରେ ବିଜେଡି ସରକାରର ଅତ୍ୟାଚାରରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ମିଥ୍ୟା ପ୍ରଚାରରୁ ନିବୃତ ରୁହନ୍ତୁ । “ଏଭଳି ସରକାର ନାହିଁ ଦରକାର” ।

ଖାଦ୍ୟ ନିରାପତାର ଭ୍ରମାତ୍ମକ ତଥ୍ୟ ଦେଇ ଜାତିସଂଘରୁ ସାର୍ଟିଫିକେଟ ସଂଗ୍ରହ କରି ବାଃ ବାଃ ନେଉଥିବା ବିଜେଡି ସରକାରର ଅସଲ ଚିତ୍ରର ଗୋଟିଏ ଉଦାହରଣ ଆଜି ଖବରକାଗଜରେ ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱରର ଅନତି ଦୂରରେ ଥିବା ଯାଜପୁର ଓ କେନ୍ଦୁଝର ସୀମା ନିକଟବର୍ତୀ ନଗଡା, ଗିହିଆଶାଳ ଓ ତୁମୁଣି ଗ୍ରାମବାସୀ “ରାସନ ନାହିଁ ତ ଭୋଟ୍ ନାହିଁ” ବୋଲି ଚେତାବନୀ ଦେଇଛନ୍ତି । ବହୁ ଗରୀବ ଜୁଆଙ୍ଗ ଜନଜାତି ଲୋକ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଛନ୍ତି ।

ବାରମ୍ବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କୁ ରାସନ କାର୍ଡ କିମ୍ବା ଚାଉଳ ମିଳୁ ନାହିଁ । ଏମାନଙ୍କ ଅପରାଧ କ’ଣ ଓ କାହିଁକି ତାଙ୍କୁ ରାସନ ମିଳୁନାହିଁ ? ସରକାରଙ୍କ ନିଜସ୍ୱ ରିପୋର୍ଟରେ ଓଡିଶାର ୬୭ପ୍ରତିଶତ ମା’ ରକ୍ତହୀନତାର ଶିକାର ହୋଇଛନ୍ତି । ହଜାର ହଜାର କୋଟି ଟଙ୍କା ପୋଷଣ ପାଇଁ ଆସୁଛି ଯାଉଛି କୁଆଡେ? ୨୪ବର୍ଷ ଶାସନରେ ରହିବି ନବୀନ ବାବୁ ଖାଦ୍ୟ ଯୋଗାଇବାରେ ବିଫଳ ହେଉଛନ୍ତି । ଗୋଟିଏ ପଟେ ଏମାନେ ଖାଦ୍ୟ ସୁରକ୍ଷାରୁ ବଂଚିତ ଥିବାବେଳେ ଅନ୍ୟ ପଟେ ସାର୍ଟିଫିକେଟ ଗୋଟାଇବାରେ ବ୍ୟସ୍ତ ଅଛନ୍ତି ।

ଖେଳ ଜଗତରେ ପରିବର୍ତନ ଆଣିବା ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଷ୍ଟାଡିୟମ ନିର୍ମାଣ କରାଗଲା । ଏହା ଦ୍ୱାରା ଠିକାଦାରମାନଙ୍କୁ ପୋଷାଗଲା ସତ, କିନ୍ତୁ ଖେଳାଳୀଙ୍କ କୌଣସି ବିକାଶ ହେଲା ନାହିଁ । ଭାରତୀୟ ହକିକୁ ଓଡିଆ ଖେଳାଳୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ଆଜି ମାତ୍ର ଜଣେ / ଦୁଇ ଜଣରେ ସୀମିତ ରହିଯାଇଛି । ‘ହକି ଷ୍ଟାଡିୟମ କରି ନବୀନ ବାବୁ ରୂପାନ୍ତରଣ କରୁଛନ୍ତି’ ବୋଲି କରାଯାଉଥିବା ମିଥ୍ୟା ଘୋଷଣାର ଏହା ହେଉଛି ଆଉ ଏକ ବଡ ଚିତ୍ର? ତଥାପି ସାର୍ଟିଫିକେଟ ସାଉଁଟିବାରେ ବ୍ୟସ୍ତ ରାଜ୍ୟ ସରକାର ।

ମିଲେଟ ମିଶନ ନାମରେ ବଡ ବଡ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଲୋକଙ୍କ ଟିକସ ପଇସାରେ ମିଥ୍ୟା ପ୍ରଚାର ହେଉଛି । ୧ ପ୍ରତିଶତ ମିଲେଟ ଉତ୍ପାଦନକାରୀ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ କିନ୍ତୁ ବ୍ୟୟବରାଦ ହୋଇଛି ୪ହଜାର କୋଟି ଏବଂ ୨୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି । ଏନଜିଓକୁ ଠିକା ଦେଇ କର୍ଣ୍ଣାଟକରୁ ମାଣ୍ଡିଆ ଆସୁଛି । ରାୟଗଡାରୁ ଗାଡି ଧରାପଡିଛି । ଓଡିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ସାର୍ଟିଫିକେଟର ସହାୟତା ନେଉଛନ୍ତି ରାଜ୍ୟ ସରକାର ।

ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ । କିନ୍ତୁ ରାଜ୍ୟ ସରକାର ପୋଷ୍ଟର/ହୋର୍ଡିଂ ଲଗାଇ ପ୍ରଚାର ପ୍ରସାରରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ଲୋକେ ପେଟ ପାଇଁ ଅସହ୍ୟ ଭୋକର ଯନ୍ତ୍ରଣାର ଶିକାର ହେଉଥିବାବେଳେ ନବୀନ ବାବୁ ବିକାଶର ଚିତ୍ର ଓଡ଼ିଶାବାସୀଙ୍କୁ ପଢ଼ାଉଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ । -ରାଜ୍ୟ ମୁଖପାତ୍ର Sajjan Sharma.

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here