ସୋନପୁରରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’: ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ, ବିଜେପୁର ଓ କଣ୍ଟାବାଞ୍ଜି ପାଇଁ କରିଥିବା କାମର ଶ୍ୱେତପତ୍ର ପ୍ରକାଶ କରନ୍ତୁ- ଧର୍ମେନ୍ଦ୍ର ପ୍ରଧାନ

0
60

By Our Correspondent

SONEPUR/BHUBANESWAR:   ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବା ୨୫ ବର୍ଷ ଶାସନରେ ପ୍ରଶାସନ ତତ୍ତ୍ୱାବଧାନରେ ବଲାଙ୍ଗୀର ସମେତ ଓଡ଼ିଶାର ସହର ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି । ଆଜି ରାଜ୍ୟରେ ବିଫଳତା ଚରମ ସୀମାରେ ପହଞ୍ଚିଛି । ଏଥର ନିର୍ବାଚନରେ ସରକାର ନିଶ୍ଚୟ ବଦଳିବ ବୋଲି ଗୁରୁବାର ବଲାଙ୍ଗିର ଲୋକସଭା ସଂସଦୀୟ କ୍ଷେତ୍ର ସୋନପୁରରେ ଆୟୋଜିତ ରାମେଶ୍ୱର ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ବିକାଶର କାମକୁ ବିରୋଧ କରୁଥିବା କହୁଛନ୍ତି । ବିରୋଧୀ ଦଳମାନେ ରାଜନୀତି କରିବା କଥା କହୁଛନ୍ତି । ଲମ୍ବା ଲମୟ ଧରି ମୁଖ୍ୟମନ୍ତ୍ରୀ  ହିଞ୍ଜିଳିକାଟୁକୁ ପ୍ରତିନିଧିତ୍ୱ କରୁଛନ୍ତି । ଗତ ନିର୍ବାଚନରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେପୁର ଆସନରୁ ଲଢିଥିଲେ । ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଦୀର୍ଘ ବର୍ଷ ଧରି ହିଞ୍ଜିଳିକାଟୁରୁ ପ୍ରତିନିଧିତ୍ୱ କରିବା ପରେ ମଧ୍ୟ ସେମାନେ କଣ କାମ କଲେ । କଣ୍ଟାବାଞ୍ଜିରେ ୨୫ ବର୍ଷରେ କଣ କଲେ ? ଏ ସବୁର ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବୌଦ୍ଧ, ଅନୁଗୋଳ ଜିଲ୍ଲା ମହାନଦୀର ଅବବାହିକା ଅଞ୍ଚଳ । ବଲାଙ୍ଗୀର ମହାନଦୀର ଶାଖା ନଦୀ ପ୍ରବାବହିତ ହୋଇଛି । ମାତ୍ର ମୋଦୀ ସରକାର ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ୧୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପରେ ମଧ୍ୟ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଆସୁନାହିଁ । ଦୀର୍ଘ ବର୍ଷର ଶାସନରେ ଜମିକୁ ପାଣି ମାଡି ନାହିଁ ।  ସମ୍ବଲପୁର ଅଞ୍ଚଳରେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମେଡିକାଲରେ ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଏହି ଅଞ୍ଚଳରୁ ରୋଜଗାର ଆଶାରେ ଯୁବକ ଯୁବତୀମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁ ସରକାର ଜନତାଙ୍କ ଦୁଃଖ ବୁଝୁନାହିଁ ସେ କହୁଛନ୍ତି ବିରୋଧୀମାନେ ବିକାଶର କାମକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆଜି ଭିଡିଓରେ ଅଛନ୍ତି । ଏ ସରକାର ଅପାରଗ, ରାଜ୍ୟ ବାହାରର ଠିକାଦାରପ୍ରେମୀ ସରକାର । ଏ ସରକାର ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାର ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ମଧ୍ୟରେ ମୋଦୀ ଗ୍ୟାରେଣ୍ଟି ଉପରେ ଭରସା ଅଛି ।  କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ସୋନପୁର ଏବଂ ଓଡ଼ିଶାର ଲୋକମାନେ ଓଡ଼ିଶା ସହ ମୋଦୀ ଅଛନ୍ତି । ଯୋଡି ଶଙ୍ଖ ବହୁତ ଦୁଃଖ, ଯୋଡ଼ି ଫୁଲ ବହୁତ ଭଲ । ଏଥର ଓଡ଼ିଶାରେ ସରକାର ବଦଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here