ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ

0
284
କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ, ଶିକ୍ଷାବିତ୍ ଡକ୍ଟର ଗିରିଶ ପ୍ରସାଦ ସ୍ବାଇଁ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ବ୍ୟତିତ ବିଭିନ୍ନ ଅଧିକାରୀ ଓ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିଥିଲେ।

By Our Correspondent

BHUBANESWAR:   ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।

ଲୋକନାୟକଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନ ତଥା ଜୀବନାଦର୍ଶ ବିଷୟରେ ବିଶିଷ୍ଟ ଅତିଥିମାନେ ମତବ୍ଯକ୍ତ କରିଥିଲେ। ସେହିପରି ଶହୀଦ ବାଜି ରାଉତଙ୍କ ମାତୃଭୂମି ପ୍ରତି ତ୍ଯାଗ ଓ ବଳିଦାନ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ଅନନ୍ୟ ବୋଲି ଅବିହିତ କରିଥିଲେ ଅତିଥିମାନେ।

କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ, ଶିକ୍ଷାବିତ୍ ଡକ୍ଟର ଗିରିଶ ପ୍ରସାଦ ସ୍ବାଇଁ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ବ୍ୟତିତ ବିଭିନ୍ନ ଅଧିକାରୀ ଓ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିଥିଲେ।

.

LEAVE A REPLY

Please enter your comment!
Please enter your name here