ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

0
242
ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

By Our Correspondent

BHUBANESWAR:   ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସନ୍ଧାନ ଓ ଉଦ୍ଧାର ଉପକରଣ କ୍ରୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୫୯.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ବାତ୍ୟା ମୁକାବିଲା ପାଇଁ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭାବରେ ଉପକୂଳ ରକ୍ଷଣାବେକ୍ଷଣରେ ହେନ୍ତାଳବନକୁ  ଗୁରୁତ୍ୱ ଦେଇ ମୁଖ୍ୟ ଶାସନ ସଚିବ ଏହାକୁ ଅଧିକ ଘଞ୍ଚ ଓ ବ୍ୟାପକ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବଜ୍ରପାତକୁ ରୋକିବା ପାଇଁ ତାଳ ବୃକ୍ଷରୋପଣ ବ୍ୟାପକ  କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶେଷ କରି ବଜ୍ରପାତ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ତାଳବୃକ୍ଷ ବୃକ୍ଷରୋପଣ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ  ବ୍ୟାପକ ଝାଉଁ ବୃକ୍ଷ ରୋପଣ ଉପରେ ମଧ୍ୟ  ଯୋଜନା ପ୍ରସ୍ତୁତ କରାଯାଇଛି।

ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ବିଭାଗ ଓ ଜିଲ୍ଲାମାନଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।  ଏସଡିଆରଏଫ, ଏସଡିଆରଏମଏଫ, ଏନଡିଆରଏଫ, ଏନଡିଆରଏମଏଫରୁ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ମିଳିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ଓ ଆପାତକାଳୀନ ସେବା  ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ, ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଏବଂ କମିଟିର ଅନ୍ୟ  ସଦସ୍ୟମାନେ ଯୋଗ ଦେଇଥିଲେ।

.

LEAVE A REPLY

Please enter your comment!
Please enter your name here