ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

0
54

By Our Correspondent

SAMBALPUR/BHUBANESWAR:   ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିନାହାନ୍ତି । ଏହା ବିରୋଧରେ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖାଯାଉଥିବା ବେଳେ ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି ବୋଲି ରବିବାର ଅଇଁଠାପାଲିରେ ବିଶାଳ ଜନସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ସମ୍ବଲପୁର ସହରରେ ରାସ୍ତାଘାଟ ଶୋଚନୀୟ । ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିବାରେ ବିଫଳ ହୋଇଛନ୍ତି ।

ସେ କହିଛନ୍ତି ଏହି ସବୁ ସମସ୍ୟାର ସମାଧାନ ପାଇଁ ଓଡ଼ିଶାରେ ଏକ ଦୃଢ ସରକାର ଗଠନ କରିବା ପାଇଁ ପଡିବ । ମୋଦୀଙ୍କୁ ପୁଣି ଥରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ହେବ । ନିର୍ବାଚନର ଏହି ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ  ।

ଏହାସହ ଶ୍ରୀ ପ୍ରଧାନ ବିଜେପିରେ ନୂତନ ଭାବେ ଯୋଗଦେଇଥିବା ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ସମେତ ଅନେକ ଯୁବ ନେତୃତ୍ୱଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଆଜିର ମିଶ୍ରଣ ପର୍ବ ଦଳକୁ ଅଧିକ ଶକ୍ତିଶାଳୀ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଓ ଗରିବକଲ୍ୟାଣକାରୀ ଯୋଜନା ଗୁଡ଼ିକ ଘରେ ଘରେ ପହଞ୍ଚାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here