ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶା ଶିରୋନାମାରେ ବିଜେଡ଼ି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ ତଥ୍ୟା ମିଛ ଓ ବିଭ୍ରାନ୍ତିମୂଳକ – ଓଡ଼ିଶା ସୂଚନା ଅଧିକାର ଅଭିଯାନ

0
54
ଗତ ଫେବୃଆରୀ ୧୫ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ତରଫରୁ ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶା ଆଗରେ ଶିରୋନାମାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କମ୍ବୁତ କିମ୍ବକାର, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ତରଫରୁ ଆମେ ଏହାକୁ ଦୃଢ଼ ବିରୋଧ କରିବା ସହ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଉପସ୍ଥାପନ କରୁଛୁ।

By Our Correspondent 

BHUBANESWAR:   ଗତ ଫେବୃଆରୀ ୧୫ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ତରଫରୁ ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶା ଆଗରେ ଶିରୋନାମାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କମ୍ବୁତ କିମ୍ବକାର, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ତରଫରୁ ଆମେ ଏହାକୁ ଦୃଢ଼ ବିରୋଧ କରିବା ସହ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଉପସ୍ଥାପନ କରୁଛୁ।

 ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ପ୍ରକାଶ ଚନ୍ଦ୍ର ଦାସ, ପ୍ରତାପ ମହାନ୍ତି, ଶଶିଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଓଡ଼ିଶାରେ ୫ ବର୍ଷରେ ୧୧. ୬୩ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି। ପ୍ରକୃତରେ ଏହା ସଂପୂର୍ଣ୍ଣ ମିଛ। ଉକ୍ତ ଅର୍ଥ ନିବେଶ ହେବାର ପ୍ରସ୍ତାପ ରହିଛି। କମ୍ପାନୀମାନେ ଏହି ଅର୍ଥ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ନିବେଶ କରିନାହାନ୍ତି। ସୂଚନା ଅଧିକାର ଆଇନରେ ୧୯. ୧୦. ୨୦୨୩ରେ ଇପିକଲ୍ କାର୍ଯ୍ଯାଳୟ ତରଫରୁ ମିଳିଥିବା ତଥ୍ଯ ଅନୁଯାୟୀ ଓଡ଼ିଶାରେ ଗତ ୭ବର୍ଷ ମଧ୍ୟରେ ୪୮୬ଟି ଦେଶୀୟ କମ୍ପାନୀ ସମୁଦାୟ ୧୧.୬୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରସ୍ତାପ ଦେଇଛନ୍ତି। ଇତି ମଧ୍ୟ ୬୪ଟି କମ୍ପାନୀ ୬୦ ହଜାର କୋଟି ନିବେଶ କରି ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି। 

  ରାଜ୍ୟରେ “ମେକ୍ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବହୁ ଜାତୀୟ ଓ ଆନ୍ତର୍ଜାତିକ କମ୍ପାନୀମାନେ ପୁଞ୍ଜିନିବେଶ କରିବାକୁ ପ୍ରତିଶୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆନ୍ତର୍ଜାତିକ ପୁଞ୍ଜିକୁ ଆକୃଷ୍ଠ କରିବା ପାଇଁ ଇଟାଲୀ ଓ ଜାପାନ ଗ୍ରସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ୍ ମଧ୍ୟ ଦଳେ ଅଫିସରଙ୍କୁ ନେଇ ଆମେରିକା ଗ୍ରସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କ ବିଦେଶ ଗ୍ରସ୍ତ ଯୋଗୁଁ ବାସ୍ତବରେ କେତେ ଆନ୍ତର୍ଜାତିକ ପୁଞ୍ଜି ଓଡ଼ିଶାରେ ନିବେଶ ହେଲା ଏହାର କୌଣସି ତଥ୍ୟ ସରକାରୀ ଦପ୍ତରରୁ ମିଳୁନାହିଁ। ଇପିକଲ କାର୍ଯ୍ୟାଳୟ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ  କୌଣସି ଆନ୍ତର୍ଜାତିକ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିନାହାନ୍ତି।

ସେହିପରି ଇଡ଼ିକୋ କାର୍ଯ୍ୟାଳୟ ତରଫରୁ ୩. ୯. ୨୩ରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ସମୁଦାୟ ୧୭,০০০ ଏକର ଜମି ରିହାତି ଦରରେ ବିଭିନ୍ନ କମ୍ପାନୀମାନଙ୍କୁ ଶିଳ୍ପ ପାଇଁ ଦିଆଯାଇଛି। କିନ୍ତୁ ଜମି ନେଇଥିବା କମ୍ପାନୀମାନଙ୍କ ଶିଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। କେବଳ ଯାଜପୁର ଜିଲ୍ଲାରେ ଶିଳ୍ପ ସଂସ୍ଥା ମାନଙ୍କୁ ୧୦,୦୦୦ ଏକର ଜମି ଦିଆଯାଇଛି। ଏହି ଜମିର ବିନିଯୋଗ କିପରି ହୋଇଛି ଏହାର କୌଣସି ତଥ୍ୟ ସରକାରୀ ଦପ୍ତରରେ ନାହିଁ।

  ବିଜେଡ଼ି ପ୍ରେସ୍ ରିଲିଜରେ ପୁଣି କୁହାଯାଇଛି ଯେ, ରାଜ୍ୟରେ ପୁଞ୍ଜି ନିବେଶ ଯୋଗୁ ୭ ଲକ୍ଷ କର୍ମ ନିଯୁକ୍ତି ସ୍ଥିର ହୋଇଛି। କିନ୍ତୁ କେଉଁ କମ୍ପାନୀ ଦ୍ବାରା କେଉଁ ଜିଲ୍ଲାରେ ଏହି କର୍ମ ନିଯୁକ୍ତି ସୃଷ୍ଟି ହୋଇଛି ଏହାର ନିଦ୍ଧିଷ୍ଟ ତଥ୍ୟ ବିଜେଡ଼ି ତରଫରୁ ଦିଆଯାଇନାହିଁ।  ଓସା ତରଫରୁ ଏହି କର୍ମନିଯୁକ୍ତିରେ କେତେ ଓଡ଼ିଆ ଓ ଅଣଓଡ଼ିଆ ପାଇଛନ୍ତି ଏହାର ନିଦ୍ଧିଷ୍ଟ ତଥ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରିବାକୁ ଆହ୍ବାନ ଦିଆଯାଇଛି। ବିଜେଡ଼ି ତରଫରୁ କୁହାଯାଇଛି ଯେ, ସରକାର ଶାସନରେ ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି ଏହା ଏକ ବଡ଼ ମିଛ  ପ୍ରଚାର। ସୂଚନା ଅଧିକାର ଆଇନରେ କୌଣସି ତଥ୍ୟ ମିଳୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ଲୁଚାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଓ ଇଟାଲୀ ଗ୍ରସ୍ତ ଭି. କେ. ପାଣ୍ଡିଆନଙ୍କ ଆମେରିକା ଗ୍ରସ୍ତର କୌଣସି ତଥ୍ୟ ମିଳୁନାହିଁ।

ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ଏହା ଏକ ବଡ଼ ମିଛ ପ୍ରଚାର। ସରକାର ବିଭିନ୍ନ ପଦବୀରେ ପ୍ରାୟ ୧୦ ବର୍ଷ ଧରି ୨ ଲକ୍ଷ ସରକାରୀ ପଦବୀ  ଖାଲି ପଡ଼ିଛି। ବହୁ ସରକାରୀ ଯୋଜନାରେ ନାମମାତ୍ର ସହାୟତା ଦେଇ ଲୋକଙ୍କୁ ତାଙ୍କ ହକ୍ ଅଧିକାରରୁ ବଞ୍ଚତ କରାଯାଇଛି।

  ରାଜସ୍ବ ଅର୍ଥ ବଳି ପଡ଼ିବା ସ୍ବଭାବିକ। ଯଦି ଏହି ସବୁ ପଦବୀ ପୂରଣ ହୋଇଥାନ୍ତା, ତେବେ ରାଜସ୍ବ ବଳକା ହୋଇନଥାନ୍ତା। ତେଣୁ ବାସ୍ତବରେ କେତେ ପୁଞ୍ଜିନିବେଶ ହୋଇଛି ଏବଂ କର୍ମନିଯୁକ୍ତି ସୃଷ୍ଟି ହୋଇଛି ନିଦ୍ଧିଷ୍ଟ ଭାବେ ଓଡ଼ିଆମାନେ କେତେ ନିଯୁକ୍ତି ପାଇଛନ୍ତି ଏ ସଂପର୍କୀତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଓସା ତରଫରୁ ଆହ୍ବାନ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here