ରାଜ୍ୟ ସରକାର ଆଗତ କରିଥିବା ୨୦୨୪-୨୫ ଲେଖାନୁଦାନରେ ସେଭଳି କିଛି ନୂତନ ଦିଗଦର୍ଶନ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି- ବିଜେପି

0
189
ରାଜ୍ୟ ସରକାରଙ୍କ ବିଦାୟକାଳୀନ ଫେୟାରେୱେଲ୍ ବଜେଟରୁ ରାଜ୍ୟବାସୀ ଅନେକ କିଛି ନୂତନତ୍ୱର ଆଶା ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଆଗତ କରିଥିବା ୨୦୨୪-୨୫ ଲେଖାନୁଦାନରେ ସେଭଳି କିଛି ନୂତନ ଦିଗଦର୍ଶନ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଗତ ୧୪ ବର୍ଷ ଧରି ନିରବିଚ୍ଛନ ଭାବେ ‘ବଳକା ରାଜସ୍ୱର ରାଜ୍ୟ ଓଡିଶା’ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବିଧାନସଭା ତଥ୍ୟାନୁଯାୟୀ ୯୮ ହଜାର ସରକାରୀ ପଦବୀ ଖାଲି ପଡିଛି । ତାହେଲେ ଏହି ବଳକା ରାଜସ୍ୱ କାହା ହିତରେ ?- ବିଜେପି ରାଜ୍ୟ ସଭାପତି Manmohan Samal.

By Our Correspondent

BHUBANESWAR:   ରାଜ୍ୟ ସରକାରଙ୍କ ବିଦାୟକାଳୀନ ଫେୟାରେୱେଲ୍ ବଜେଟରୁ ରାଜ୍ୟବାସୀ ଅନେକ କିଛି ନୂତନତ୍ୱର ଆଶା ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଆଗତ କରିଥିବା ୨୦୨୪-୨୫ ଲେଖାନୁଦାନରେ ସେଭଳି କିଛି ନୂତନ ଦିଗଦର୍ଶନ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଗତ ୧୪ ବର୍ଷ ଧରି ନିରବିଚ୍ଛନ ଭାବେ ‘ବଳକା ରାଜସ୍ୱର ରାଜ୍ୟ ଓଡିଶା’ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବିଧାନସଭା ତଥ୍ୟାନୁଯାୟୀ ୯୮ ହଜାର ସରକାରୀ ପଦବୀ ଖାଲି ପଡିଛି । ତାହେଲେ ଏହି ବଳକା ରାଜସ୍ୱ କାହା ହିତରେ ?- ବିଜେପି ରାଜ୍ୟ ସଭାପତି Manmohan Samal.

ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି । ଅଥଚ ବର୍ଷ ବର୍ଷ ଧରି ଏହି ବିଭାଗଗୁଡିକରେ ବ୍ୟୟ ଅଟକଳ ବଢିବାରେ ଲାଗିଛି । ସେହିପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଖଣି ନୀତି ସଂସ୍କାର କାରଣରୁ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଛି । ତାକୁ ନିଜର କୃତିତ୍ୱ ବୋଲି ବାଃ ବାଃ ନେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।-ରାଜ୍ୟ ସଭାପତି.

ରାଜ୍ୟ ସରକାରଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ଓଡିସାରେ ବିପିଳ ପରିମାଣର ପ୍ରାକୃତିକ ସଂପଦ ଥିବା ସତ୍ୱେ ନିଜ ଆୟର ୪୪ ପ୍ରତିଶତ ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ । ଏବେ ବି ସରକାରୀ କର୍ମଚାରୀଙ୍କ ଦରମା, ପେନସନ, ଋଣ ବାବଦରେ ସୁଧ ଏବଂ ନିଜ ସଂପତିର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ କେନ୍ଦ୍ର ସରକାର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଅଣଟିକସ ଆୟ, ଅଣବିକାଶ ବ୍ୟୟରେ ଓଡିଶା ସମଗ୍ର ଭାରତବର୍ଷରେ ସବୁଠୁ ଆଗୁଆ ରାଜ୍ୟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଆଗାମୀ ଭବିଷ୍ୟତକୁ ଅନ୍ଧକାରଚ୍ଛନ କରିଦେବ ।

ରାଜ୍ୟ ସରକାରଙ୍କ ପୁଞ୍ଜି ବ୍ୟୟ ଅଟକଳ ମଧ୍ୟ ବହୁ ଆଡମ୍ବରେ ଲଘୁ କ୍ରୀୟା ସଦୃଶ । ଗତ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ଦିଗରେ ଉତମ ପ୍ରଦର୍ଶନ କରିଥିବା ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ୧ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣକୁ ହାସଲ କରିବାରେ ଓଡିଶା ସରକାର ବିଫଳ ହୋଇଥିଲେ । ଏଥିରୁ ପୁଞ୍ଜିବ୍ୟୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ବେଶ ଅନୁମେୟ ।-ରାଜ୍ୟ ସଭାପତି.

‘କାର୍ଯ୍ୟକ୍ରମ ଖର୍ଚ୍ଚ’ ଗତ ୨୩ ବର୍ଷରେ ୪୦ ଗୁଣା ବଢିଥିବାର ଆସ୍ପାଳନ ମଧ୍ୟ କୈାଣସି ସୁଦୃଢ ତଥ୍ୟ ନାହିଁ । ଭାରତବର୍ଷର କେଉଁ ରାଜ୍ୟରେ ଗତ ୨୩ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ଓଡିଶା ଅନୁପାତରେ ବୃଦ୍ଧି ପାଇନଥିବା ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅଛି ତ ? ବଜେଟ ଓ ସେଥିରେ କାର୍ଯ୍ୟକ୍ରମ ନିମନ୍ତେ ଖର୍ଚ୍ଚ ବୃଦ୍ଧି ଏକ ନିରନ୍ତର ପ୍ରକ୍ରିୟା । ସେଥିରୁ ଓଡିଶା ବା ବଂଚିତ ରହିବ କେମିତି?

ରାଜ୍ୟବାସୀଙ୍କୁ ମିଥ୍ୟା ତଥ୍ୟ ପରିବେଷଣ କରିବା ରାଜ୍ୟ ସରକାରଙ୍କ ଏକ ଚାରିତ୍ରିକ ବିଶେଷତ୍ୱ । ଚଳିତ କାମଚଳା ବଜେଟ ହେଉଛି ତାର ଏକ ପ୍ରତିବିମ୍ବ ମାତ୍ର । ତେଣୁ ଏପରି ଏକ ନିରୁତ୍ସାହଜନକ ବଜେଟ ପଢି ଅସନ୍ତୁଷ୍ଟ ହୋଇଛନ୍ତି ସତ, କିନ୍ତୁ ଆଶ୍ଚର୍ଯ୍ୟ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here