ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି, ଏହି ଆର୍ଥିକ ବର୍ଷ ପାଇଁ ₹୨.୫୫ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି

0
168
ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି।

By Our Correspondent

BHUBANESWAR:   ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି।

ଏହି ଆର୍ଥିକ ବର୍ଷ ପାଇଁ ₹୨.୫୫ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଏଥିରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜିନିବେଶ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ଓ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର  ବିଶେଷ ଧ୍ୟାନ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରବୃତ୍ତି ପାଇଁ ₹୧୪୪୯ କୋଟି, ଅନ୍ଵେଷା ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ₹୫୭୪ କୋଟି ଏବଂ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପାଇଁ ₹୨୨୬ କୋଟିର ଆବଣ୍ଟନ ହୋଇଛି।

ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ  ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ଅବଢା ଯୋଜନାରେ ₹୪୩୧ କୋଟି, ଐତିହ୍ୟ ସ୍ଥଳର ବିକାଶ ପାଇଁ ₹୩୫୦ କୋଟି, ଓଡ଼ିଆ ଭାଷା, ସଂସ୍କୃତିର ପ୍ରସାର ଲାଗି ₹୨୨୦ କୋଟି ଏବଂ କଳାକାର ସହାୟତା ବାବଦକୁ ₹୭୨ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି.

ରାଜ୍ଯର ସମସ୍ତ ଅଣ-ବ୍ଯାଙ୍କ ଗ୍ରାମ ପଞ୍ଚାୟତରେ ଖୋଲିବ ‘ଆମ ବ୍ଯାଙ୍କ’। ଲୋକଙ୍କ ହାତପାଆନ୍ତାରେ ବ୍ୟାଙ୍କିଙ୍ଗ ସୁବିଧା ସୁନିଶ୍ଚିତ କରିବା ପାଇଁ  ରାଜ୍ୟ ସରକାର ₹୭୫୦ କୋଟି ବ୍ୟୟବରାଦ କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ‘ଆମ ବ୍ଯାଙ୍କ’ର ୨,୦୦୦ଟି ସିଏସପି ପ୍ଲସ୍ ଶାଖା ଖୋଲାଯିବାର କାର୍ଯ୍ୟକ୍ରମ ରହିଛି.

ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ହେବ ବ୍ୟାପକ କାର୍ଯ୍ୟକ୍ରମ। ଏଥିପାଇଁ ରାଜ୍ୟ ସରକାର ‘ଓଡ଼ିଶା ବଜେଟ୍ ୨୦୨୪-୨୫’ରେ ₹୨,୭୬୧ କୋଟି ବ୍ୟୟବରାଦ କରିଛନ୍ତି। ଏହାଅଧୀନରେ ଆର୍ଥିକ ସହାୟତା ପାଇଁ ₹୧,୨୨୫ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ବାବଦକୁ ₹୧,୧୬୨ କୋଟି ଓ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ₹୪୧୭ କୋଟି ଖର୍ଚ୍ଚ କରାଯିବ।

ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଦେଇଛନ୍ତି ପ୍ରାଥମିକତା। ଚଳିତ ଆର୍ଥିକ ବଜେଟରେ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ପାଇଁ ₹୫,୦୧୫ କୋଟି ବ୍ୟୟବରାଦ କରାଯାଇଛି। ଏଥିରେ ମମତା ଯୋଜନା ପାଇଁ ₹୫୨୧ କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ₹୫୫୪ କୋଟି ଆବଣ୍ଟିତ ହୋଇଛି.

ରାଜ୍ୟ ସରକାର Budget4NewOdisha ରେ ‘ଜଳସେଚନ’ କ୍ଷେତ୍ର ପାଇଁ ₹୧୪,୪୬୭ କୋଟି ବ୍ୟୟବରାଦ କରିଛନ୍ତି। ଚାଷଜମିରେ ସେଚ ସୁବିଧା ସୁଦୃଢ କରିବାକୁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ସର୍ବାଧିକ ₹୧,୨୨୫ କୋଟି ଆବଣ୍ଟନ କରାଯାଇଛି। ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ₹୮୬୦ କୋଟି, ନଦୀ ବନ୍ଧ ସୁଦୃଢୀକରଣ ଏବଂ ଡ୍ରେନେଜ୍ ଉନ୍ନତି ଲାଗି ₹୧,୧୦୫ କୋଟି ବ୍ୟୟ କରାଯିବ।

ରାଜ୍ଯରେ କୃଷି ଓ କୃଷକଙ୍କ ସମୃଦ୍ଧିଧାରା ହେବ ଅଧିକ ମଜଭୁତ। ରାଜ୍ୟ ସରକାର Budget4NewOdisha ରେ କୃଷି କ୍ଷେତ୍ର ପାଇଁ ₹୨୮,୯୪୪ କୋଟିର ବ୍ୟୟବରାଦ କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୧୭% ଅଧିକ ରହିଛି। ଚାଷୀମାନଙ୍କଠାରୁ ଧାନ କ୍ରୟ, କାଳିଆ ଯୋଜନା ଓ ଫସଲ ଉତ୍ପାଦନ ପରିଚାଳନାକୁ ଏଥିରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here