ରାଜ୍ୟ କାର୍ଯ୍ୟଳୟରେ ମିଶ୍ରଣ ପର୍ବ, ଶତାଧିକ ନେତା ଓ କର୍ମୀ ବିଜେଡି ଏବଂ କଂଗ୍ରେସ ଦଳ ଛାଡି  ବିଜେପି ରେ ସାମିଲ

0
124
ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବ। ଏହି ଅବସରରେ ଶତାଧିକ ନେତା ଓ କର୍ମୀ ବିଜେଡି ଏବଂ କଂଗ୍ରେସ ଦଳ ଛାଡି ବିଜେପି ରେ ସାମିଲ ହେଲେ।

By Our Correspondent

BHUBANESWAR:  ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବ। ଏହି ଅବସରରେ ଶତାଧିକ ନେତା ଓ କର୍ମୀ ବିଜେଡି ଏବଂ କଂଗ୍ରେସ ଦଳ ଛାଡି  ବିଜେପି ରେ ସାମିଲ ହେଲେ।

ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଚକ୍ରଧର ପାଇକ, ବିଜେଡି ମୁଖପାତ୍ର ପ୍ରଶାନ୍ତ କୁମାର ସାହୁ, ଦିଗପହଣ୍ଡିର ଯୋଗି ଦେବଦତ, ହାଇକୋର୍ଟର ବରିଷ୍ଠ ଆଇନଜୀବି କାଳିପ୍ରସନ୍ନ ମିଶ୍ର, ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସକ ଶ୍ରୀ ଜଗଦିଶ୍ ମହାନ୍ତି, ଅବସରପ୍ରାପ୍ତ ଯୁଗ୍ମ ରାଜ୍ୟ ନିର୍ବାଚନ କମିଶନର ଆଜାଦ୍ ପାଣିଗ୍ରାହୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଦଳରେ ସାମିଲ ହେଲେ ।

ଏହି ଅବସରରେ State Presindent Manmohan Samal ସହିତ ମଞ୍ଚରେ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହେଶ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚ ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ.

ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ସଭାପତି ବାବୁ ସିଂ, କୋରାପୁଟ ଜିଲ୍ଲା ସୁମନ୍ତ କୁମାର ପ୍ରଧାନ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଜେନା, କାହ୍ନୁ ପତି, ଜଗନ୍ନାଥ ପ୍ରଧାନ, ଭାରତୀ ବେହେରାଙ୍କ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here