ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ  ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଘୋଷଣା

0
71
CM Naveen Patnaik-file

By Our Correspondent

BHUBANESWAR:  ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସୁବିଧାକୁ ପ୍ରାଥମିକତା। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ  ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି। ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କୁ ମାସକୁ ₹୨,୦୦୦ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ମାସକୁ ₹୨,୫୦୦ ସହାୟତା ଯୋଗାଇ ଦିଆଯିବ।   

ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବର୍ଦ୍ଧିତ ସହାୟତା ମିଳିବ। ଖୁବଶୀଘ୍ର ନୂଆ ହିତାଧିକାରୀ ଚୟନ କରାଯାଇ ସହାୟତା ଯୋଗାଇ ଦିଆଯିବ। ରାଜ୍ୟରେ ୧,୨୫,୦୦୦ରୁ ଅଧିକ ବୁଣାକାର ତଥା ବୁଣା ସହାୟକ ଥିବାବେଳେ ୧,୫୦,୦୦୦ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଏନେଇ ସମସ୍ତେ ପ୍ରସ୍ତାବ ଦେଇଥିଲେ.

LEAVE A REPLY

Please enter your comment!
Please enter your name here