‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ସହାୟତା ରାଶିରେ ବୃଦ୍ଧି, ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ

0
99

By Our Correspondent

BHUBANESWAR:  ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ସହାୟତା ରାଶିରେ ବୃଦ୍ଧି ହୋଇଛି। କଳାକାରମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସହାୟତା ରାଶି ବୃଦ୍ଧି କରିଛନ୍ତି।

ଏହା ଅନୁଯାୟୀ ହିତାଧିକାରୀମାନେ ମାସିକ ₹୧,୨୦୦ ପରିବର୍ତ୍ତେ ₹୨,୦୦୦ ସହାୟତା ପାଇବାକୁଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ଵ କଳାକାରଙ୍କୁ ମାସିକ ₹୨,୫୦୦ ସହାୟତା ଯୋଗାଇ ଦିଆଯିବ।   

ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ। ଚଳିତ ଫେବୃଆରୀ ମାସରୁ ଏହା ଲାଗୁ ହେଉଥିବାବେଳେ DBT ମାଧ୍ୟମରେ ଫେବୃଆରୀ ୨୦ରୁ ୨୫ତାରିଖ ମଧ୍ୟରେ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯିବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ଏନେଇ ପ୍ରସ୍ତାବ ଦେଇଥିଲେ

LEAVE A REPLY

Please enter your comment!
Please enter your name here