ରାଜ୍ୟରେ ନୂତନ ବନୀକରଣ ପାଇଁ ସରକାର ଗତ ୧୦ ବର୍ଷରେ ୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହି ଅର୍ଥରେ ଲଗାଯାଇଥିବା ବନୀକରଣ କୁଆଡେ ଗଲା, ଓଡିଶାବାସୀ ଖୋଜୁଛନ୍ତି

0
65

By Our Correspondent

BHUBANESWAR:  ପ୍ରଚଣ୍ଡ ଖରା ଯୋଗୁଁ ଓଡିଶାରେ ବଢୁଛି ତାତି । ଗତ ଫେବୃଆରୀ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗତ କିଛି ବର୍ଷ ହେଲେ ପ୍ରତ୍ୟେକ ବର୍ଷ ଅସ୍ୱାଭାବିକ ଭାବେ ରାଜ୍ୟରେ ତାପମାତ୍ରା ବଢିଚାଲିଛି । ଗତ କାଲି ରାଜ୍ୟର ଦୁଇଟି ସହର ବୌଦ୍ଧ ଏବଂ ବାରିପଦା ବିଶ୍ୱର ଅନ୍ୟତମ ପ୍ରମୁଖ ଉତପ୍ତ ସହର ଖବର କାଗଜର ଶିରୋନାମା ପାଲଟିଛି ।

ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନରେ ଓଡିଶା ରାଜ୍ୟ ପୁଣି ଥରେ ଏକ ଅଲୋଡା ଓ ବିଶ୍ୱସ୍ତରୀୟ କୃତିତ୍ୱ ହାସଲ କରିଛି । ଏକଦା ପ୍ରାକୃତିକ ସଂପଦ ଭରପୁର ଓଡିଶା ଆଜି ଜଙ୍ଗଲ, ଜଳଶୂନ୍ୟ ହେବାକୁ ବସିଲାଣି । ନଦୀ, ନାଳ, ପୋଖରୀ ଆଦି ଜଳାଶୟ ଶୁଷ୍କ ହୋଇପଡିଛି । ଓଡିଶାବାସୀ ହନ୍ତସନ୍ତ ହୋଇପଡିଲେଣି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ବିଫଳତା ସଂପୂର୍ଣ୍ଣ ଦାୟୀ । ଚିନ୍ତାମୁକ୍ତ ଓଡ଼ିଶାକୁ ଚିନ୍ତାଯୁକ୍ତ କରିଛି ବିଜେଡି ସରକାର ।

ରାଜ୍ୟରେ ନୂତନ ବନୀକରଣ ପାଇଁ ସରକାର ଗତ ୧୦ ବର୍ଷରେ ୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହି ଅର୍ଥରେ ଲଗାଯାଇଥିବା ବନୀକରଣ କୁଆଡେ ଗଲା, ଓଡିଶାବାସୀ ଖୋଜୁଛନ୍ତି । ବନୀକରଣ ପାଇଁ ବିନିଯୋଗ ହୋଇଥିବା ୫ ହଜାର କୋଟି ଟଙ୍କା ଗଲା କୁଆଡେ ? ଆଜାଦୀ କା ଅମୃତ ମହୋତ୍ସବା ପାଳନ ଅବସରରେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ପୋଖରୀର ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଶହ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ନଦୀ ଅବବାହିକାରେ ବୃକ୍ଷରୋପଣ କରାଯିବ ବୋଲି ବିଜେଡି ସରକାର ଘୋଷଣା କରିଥିଲେ ।

ସେ ସବୁ ଗଛ, ଜଳାଶୟ ଗଲା କୁଆଡେ ? ପାଣି ଅଭାବରୁ ନଦୀ ପଠା ଶୁଖିଗଲାଣି । ପରିସ୍ଥିତି ଏଭଳି ହୋଇସାରିଳାଣି ଯେ, ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ କିଛି ବର୍ଷ ଭିତରେ ଓଡିଶାବାସୀଙ୍କୁ ମୁନ୍ଦାଏ ପାନୀୟ ଜଳ ମିଳିବା କଷ୍ଟକର ହୋଇପଡିବ । ଏକଦା  ପ୍ରାକୃତିକ ପରିବେଶରେ ସମୃଦ୍ଧ ଓଡ଼ିଶା ଏବେ ନବୀନ ଓଡ଼ିଶା ସାଜି ନିଜ ଜଳ ଓ ଜଙ୍ଗଲକୁ ସୁରକ୍ଷା ଦେଇପାରୁ ନାହିଁ । -ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା

 

 

LEAVE A REPLY

Please enter your comment!
Please enter your name here