ରାଉରକେଲା ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

0
325
Chief Minister Naveen Patnaik -file

By Our Correspondent

BHUBANESWAR:  ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାର୍ମିକ ପୀଠର ବିକାଶ ପାଇଁ ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର ।

ଏହି ଅର୍ଥରାଶିରେ ବେଦବ୍ୟାସ ତୀର୍ଥସ୍ଥାନ ପରିସରରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତିକରଣ ସହ ନୂତନ ମନ୍ଦିର ନିର୍ମାଣ, ପୀଠର ବିଦ୍ୟୁତକରଣ, ଆଲୋକୀକରଣ ଓ ଅନ୍ୟାନ୍ୟ ପରିପାର୍ଶ୍ଵିକ ବିକାଶ କରାଯିବ ।

ତ୍ରିବେଣୀ ସଙ୍ଗମ ଭାଵେ ପରିଚିତ ବେଦବ୍ୟାସ ତୀର୍ଥସ୍ଥଳୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାବାସୀ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ #5T ସଚିବ ଗତ ଜାନୁଆରୀ ୧୪ ତାରିଖରେ ବେଦବ୍ୟାସ ମନ୍ଦିର ଗସ୍ତ କରି ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରି ପୀଠର ସୌନ୍ଦର୍ଯ୍ୟକରଣ ବିଷୟରେ ଆଲୋଚନା କରିଥିଲେ । 

LEAVE A REPLY

Please enter your comment!
Please enter your name here