ରଥ ନିର୍ମାଣ କାର୍ଯ୍ୟ ଦ୍ବାବିଂଶ ତମ ଦିବସ, ତିନିରଥର ମୋଟ ୪୨ଚକରୁ ୩୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

0
272

By Our Correspondent

PURI/BHUBANESWAR: ତିନିରଥର ନିର୍ମାଣକାରୀ ସେବକ ମାନେ ଆଜି ସକାଳ ଘ.୮.୦୦ ଟା ରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇ ଥିଲେ ।

 ରଥ ନିର୍ମାଣ ଅଗ୍ରଗତି

ଗତକାଲି ସୁଦ୍ଧା ତିନିରଥର ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା. ଆଜି ର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ଚକରୁ ୩୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନିରଥର  ମୋଟ ୧୨ ଟି ଲେଖାଁଏ ଚଉତା କାଠାରୁ ତିନି ରଥର ୮ ଟି ଲେଖାଁଏ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହଉଛି । ତିନିରଥର ମୋଟ ୪ଟି ଲେଖାଁଏ ନିରାଡ଼ି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ ଆମୀନ ପ୍ରତି ରଥ ଚାଳିକୁ ୨ଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଭୋଇ ସେବକ ଙ୍କ ମାଧ୍ୟମରେ ଯୋଗାଇଛନ୍ତି । ଏଥିସହ ତିନି ରଥର ଦୁଇଟି ଲେଖାଁଏ ଅଖର ଦୁଇପାର୍ଶ୍ଵ ଗୋଳେଇ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା କାଲି ଭୋଇ ସେବକ ମାନେ  ଯନ୍ତା ଗାଡ଼ ଠାରେ ତିନି ରଥର ଶେଷ ଗୋଟିଏ ଗୋଟିଏ ତୂମ୍ବ ରରରେ କଣ୍ଟା ବାଡ଼ିଆ କାର୍ଯ୍ୟ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ଯନ୍ତାଗାଡ଼  ମୁଦ ଦେବା କାର୍ଯ୍ୟ ସମ୍ପନ୍ନ କରିବା କାର୍ଯ୍ୟକ୍ରମ  ରହିଛି।

ତାଳଧ୍ୱଜ ରଥ

ତାଳଧ୍ୱଜ ରଥର ଆଜି ସୁଦ୍ଧା ମୋଟ ୧୪ ଚକରୁ ୧୨ ଟି ଚକର ନିର୍ମାଣ ଶେଷ ହୋଇଛି । ୧୩ ତମ ଚକର ତୁମ୍ବ ଅରରେ କଣ୍ଟା ବାଡ଼ିଆ ଶେଷ ହୋଇଛି, ବଳକା ଅର ମାପ ପ୍ରକାରେ କଟାଯାଇ ସାଲ ପରେ ପାଇ ପିନ୍ଧାଯିବ । ଶେଷ ୧୪ତମ ଚକ ରେ ଅର ସଂଯୋଗ ପରେ ସିଙ୍ଗଡ଼ା ବାଡ଼ିଆ ବାକିଅଛି ।ତାଳଧ୍ୱଜ ରଥ ର ମୋଟ ୧୨ଟି ଚଉତା ରୁ ୮ ଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ୱଜ ରଥର ମୋଟ ୭ଟି ଅଖରୁ ଦୁଇଟି ଅଖର ଦୁଇ ପାର୍ଶ୍ୱ ଗୋଳେଇ କାର୍ଯ୍ୟ ଶେଷ ହୋଇଛି ।

ତାଳଧ୍ୱଜ ରଥର ମୋଟ ୪ଟି ନିରାଡ଼ି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ ଆମୀନ ୨ଟି ଲେଖାଁଏ ୨୦ଫୁଟିଆ ଧଉରା କାଠ ଯୋଗାଇଛନ୍ତି, ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଏହି ନିରାଡ଼ି ରଥ ଚାରି ପାର୍ଶ୍ୱ କୋଣ ଗୁଜ ଉପରେ ସଂଯୋଗ କରାଯିବ, ଫଳରେ ପୋଲ ଗୟଳ କୁ ବାନ୍ଧି ରଖିବାରେ ସହାୟକ ହେବ ।

ଦର୍ପଦଳନ ରଥ

 ଆଜି ସୁଦ୍ଧା ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକରୁ ୧୧ଗୋଟି ଚକର ନିର୍ମାଣ ଶେଷ ହୋଇଛି। ଶେଷ ଚକ ପାଇଁ ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତା ଗାଡ଼ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ବାକି ଅଛି।ଦର୍ପଦଳନ ରଥର ମୋଟ ୧୨ଟି ଚଉତା ତୁ ୮ ଟି ଚଉତର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦେବୀ ରଥ ର ମୋଟ ୬ଟି ଅଖରୁ ୨ଟି ଅଖର ଉଭୟ ପାର୍ଶ୍ୱ ଗୋଳେଇ କାର୍ଯ୍ୟ ଶେଷ ହୋଇଛି।

 ନନ୍ଦିଘୋଷ ରଥ

 ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୧୩ ଟି ଚକର ନିର୍ମାଣ ଶେଷ ହୋଇଛି। ୧୪ତମ ଚକର  ପଇ କଳଶା ଶେଷ ହୋଇ, ପଇ ରେ କିଳା ବାଡ଼ିଆ ବାକି ଅଛି, ୧୫ତମ ଚକର ଅରରେ ଓଆଇ ପିନ୍ଧା ଶେଷ ହୋଇଛି, ପଇ କଳଶା  ବାକି ଅଛି। ଶେଷ ଚକ ତୂମ୍ବରେ ଅର କାଗି ଏବଂ ସିଙ୍ଗଡ଼ା ବାଡ଼ିଆ ବାକି ରହିଛି।ନନ୍ଦିଘୋଷ ରଥର ମୋଟ ୧୨ଟି ଚଉତା କାଠାରୁ ୯ଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୨ଟି ଅଖ ର ଦୁଇ ପାର୍ଶ୍ୱ ଗୋଳେଇ କାର୍ଯ୍ୟ ଶେଷ ହୋଇଛି ।

କରତି ସେବକ

 ଦୋଳବେଦୀ ଠାରେ କରତି ସେବକ ମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।

 ରୂପକାର ସେବକ

 ତିନିରଥର ରୂପଜାର ସେବକ ମାନେ ତିନିରଥ ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପ ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି ।

  କମାର ଶାଳ

 ଦୋଳବେଦୀ କମାର ଶାଳ ରେ ତିନିରଥ ର ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା,ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରୀ ରଖୁଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରୀଗର          –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୯

LEAVE A REPLY

Please enter your comment!
Please enter your name here