ରଥ ନିର୍ମାଣ କାର୍ଯ୍ୟ ଏକବିଂଶ ତମ ଦିବସ , ତିନିରଥର ମୋଟ ୪୨ ଗୋଟି ଚକରୁ ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ

0
285

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ସେବକ ମାନେ ଆଜି ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

( ଆସନ୍ତାକାଲି ସୁଦ୍ଧା ତିନିରଥର ୨୭ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା । ଆଜି ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ଚକରୁ ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ)

 ତାଳଧ୍ୱଜ ରଥ

ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ଆଜି ସୁଦ୍ଧା ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୨ ତମ ଚ ର ତୁମ୍ବ ଅରରେ ପଇ ପିନ୍ଧା ସରି  ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି ।୧୩ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି । ୧୪ ତମ ବା ଶେଷ ଚକ ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ସିଙ୍ଗଡ଼ା ବାଡ଼ିଆ ( ତୁମ୍ବ ରେ ସଂଯୋଗ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ) କାର୍ଯ୍ୟ ବାକି ରହିଛି।ଆଜି ତାଳଧ୍ଵଜ ରଥର ବାକି ୬ ଗୋଟି (୪୦ ଫୁଟିଆ ଧଉରା କାଠ) ଅଖର  ଦୁଇ ପାର୍ଶ୍ୱ ମୁହଁର ଗୋଳେଇ କାର୍ଯ୍ୟ ଆରମ୍ଭ ହୋଇଛି।

ଦର୍ପଦଳନ ରଥ

ଦର୍ପଦଳନ ରଥର ଗତକାଲି ସୁଦ୍ଧା ୯ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା, ଆଜି ୧୦ ମ ଚକର ତୂମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ପଇ କଳଶା ପରେ  ଅରରେ ପଇ  ମଜବୁତ ହୋଇ ରହିବା ପାଇଁ ପଇ ବିନ୍ଧରେ କିଳା ବାଡ଼ିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ବାକି ରହିଛି । ୧୧ ତମ ଚକର ପଇ ପିନ୍ଧା ସରି ଠେକ ତୁଲୁଆ ଏବଂ ପଇ କଳଶା  ବାକି ରହିଛି। ଦେବୀ ରଥର ଶେଷ ଚକ ବା ୧୨ ତମ ଚକର ତୂମ୍ବରେ ଅର ସଂଯୋଗ ବାକି ଅଛି ।ଏଥିସହ ଆଜି ଦର୍ପଦଳନ ବା ଦେବୀ ରଥର ବାକି ୫ ଗୋଟି ଅଖରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ନନ୍ଦିଘୋଷ ରଥ

ନନ୍ଦିଘୋଷ ରଥର ଗତ କାଲିସୁଦ୍ଧା ୯ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ଆଉ ଚାରି ଗୋଟି ଚକ ନିର୍ମାଣ ଶେଷ ହୋଇ ଆଜ ସୁଦ୍ଧା ମୋଟ ୧୬  ଗୋଟି ଚକରୁ *୧୩* ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୪ତମ ଚକ ପାଇଁ ପଇ ବିନ୍ଧ ଜାରୀ ରହିଛି।

ପଇ ବିନ୍ଧ ପରେ ଅରରେ ପଇ ସଂଯୋଗ ହୋଇ କଳଶା କାଯ୍ୟ ହେବ।୧୫ ତମ ଚକ ର ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହାଇଛି ।ଶେଷ ୧୬ତମ ଚକ ପାଇଁ ଅର ଶାଲ ଶେଷ ହୋଇଛି, ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ବାକି ଅଛି ।ଆଜି ନନ୍ଦିଘୋଷ ରଥର ବାକି ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

କରତି ସେବକ

କରତି ସେବକ ମାନେ ତାଳଧ୍ୱଜ ରଥର  ୪୦ଫୁଟିଆ ପୋଲ ଗୟଳ କାଠର ଦୁଇ ପାର୍ଶ୍ୱ ଚିତା କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

ରୂପକାର କାର୍ଯ୍ୟ

 ତିନିରଥର ରୂପକାର ସେବକ ମାନେ ତିନିରଥ ପାଇଁ ଉଦିଷ୍ଠ କୋଣ ଗୁଜ ଗୁଡିକରେ ନୃସିଂହ ରୂପ ଖୋଦେଇ ଜାରୀ ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଶାଳ

ଆଜି ତିନିରଥର ଓଝା ସେବକ ମାନେ ତିନିରଥର ପନ୍ଦାରି ,ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଛି କଣ୍ଟା ନିର୍ମାଣ କରୁ ଛନ୍ତି।

  ରଥନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ –  ୪

ତିନିରଥର କମାର ସେବକ-୧୭

ପାହି ମହାରଣା               –  ୨

ତୁମ୍ବ ବିନ୍ଧ କାରୀଗର         –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                       ମୋଟ-୧୯୯

LEAVE A REPLY

Please enter your comment!
Please enter your name here