ମୋଦି ଗ୍ୟାରେଂଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଂଚାଇବୁ- ମନମୋହନ ସାମଲ

0
87
ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ସଂକଳ୍ପପତ୍ରରେ ଗୁରୁତ୍ୱ ଦେଇଛନ୍ତି । ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯାଇଥିଲା । ଏହି ସଂକଳ୍ପପତ୍ର କାର୍ଯ୍ୟକାରି କରିବାରେ ମୋଦିଜୀ ସଫଳ ହୋଇଛନ୍ତି । ଏହି ସଂକଳ୍ପପତ୍ର ଓଡିଆ ଭାଷାରେ ପ୍ରକାଶ ପାଇଥିବାରୁ ଓଡିଶାବାସୀଙ୍କୁ ମୋଦି ଗ୍ୟାରେଂଟି ସଂପର୍କରେ ଆହୁରି ଅଧିକ ଜାଣିବାରେ ସକ୍ଷମ ହେବେ । ମୋଦି ଗ୍ୟାରେଂଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଂଚାଇବୁ , ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ.

By Our Correspondent

BHUBANESWAR:  ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ସଂକଳ୍ପପତ୍ରରେ ଗୁରୁତ୍ୱ ଦେଇଛନ୍ତି । ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯାଇଥିଲା । ଏହି ସଂକଳ୍ପପତ୍ର କାର୍ଯ୍ୟକାରି କରିବାରେ ମୋଦିଜୀ ସଫଳ ହୋଇଛନ୍ତି । ଏହି ସଂକଳ୍ପପତ୍ର ଓଡିଆ ଭାଷାରେ ପ୍ରକାଶ ପାଇଥିବାରୁ ଓଡିଶାବାସୀଙ୍କୁ ମୋଦି ଗ୍ୟାରେଂଟି ସଂପର୍କରେ ଆହୁରି ଅଧିକ ଜାଣିବାରେ ସକ୍ଷମ ହେବେ । ମୋଦି ଗ୍ୟାରେଂଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଂଚାଇବୁ , ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ.

ଆଜି ଦେଶର ୮୦କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉଛନ୍ତି, ୫୦କୋଟିରୁ ଅଧିକ ନାଗରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି, ୩୪ଲକ୍ଷ କୋଟି ଟଙ୍କା ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି, ମାଗଣା ସ୍ୱାସ୍ଥ୍ୟ ବୀମା ଅଧୀନରେ ୩୪କୋଟିରୁ ଅଧିକ ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି, ୪କୋଟିରୁ ଅଧିକ ପରିବାରକୁ ବର୍ତମାନ ସୁଦ୍ଧା ପକ୍କା ଘର ମିଳିଛି, ୧୪କୋଟିରୁ ଅଧିକ  ପରିବାର ବିଶୁଦ୍ଧ ଟ୍ୟାପି ପାଣି ସୁବିଧା  ପାଇଛନ୍ତି, ୧୦କୋଟିରୁ ଅଧିକ ମହିଳାଙ୍କ ନିକଟରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ରହିଛି, ୧୧କୋଟିରୁ ଅଧିକ ପରିବାରକୁ ଶୌଚାଳୟ ମିଳିଛି, ୨.୮କୋଟି ପରିବାରକୁ ବିଦ୍ୟୁତ ଯୋଗାଣ ହୋଇଛି, ଟ୍ରିପଲ ତଲାକ ଉପରେ ପ୍ରତିବନ୍ଧକ ଭଳି ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ମହିଳା ସଶକ୍ତିକରଣ ପାଇଁ ୨୬ସପ୍ତାହ ମାତୃତ୍ୱ ଚୁଟି ଏବଂ ସଂସଦ ଓ ବିଧାନ ସଭାରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷିତ ହୋଇଛି,

ଏମଏସଏମଇମାନଙ୍କୁ ସମୁଦାୟ ୪୬କୋଟି ଋଣପ୍ରଦାନ କରାଯାଇଛି ଯାହାର ମୂଲ୍ୟ ୨୭ଲକ୍ଷ କୋଟି ଟଙ୍କା, ଆଇଆଇଟିଠାରୁ ଆରମ୍ଭ କରି ଆଇଆଇଏମ, ଏମସ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ୭୫୦ନୂତନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି, ୧୧କୋଟିରୁ ଅଧିକ କୃଷକ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପାଉଛନ୍ତି, ୪କୋଟିରୁ ଅଧିକ କୃଷକ ଫସଲବୀମା ଦ୍ୱାରା ସୁରକ୍ଷିତ, ସାର ସବସିଡି ପାଇଁ ୧୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ପାରମ୍ପରିକ କାରିଗର, ବୁଲା ବିକ୍ରେତା, ଶ୍ରମିକ, ଏସସି, ଏସଟି, ଓବିସି, ପିଭିଟିଜି, ଦିବ୍ୟାଙ୍କ ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସଶକ୍ତ କରାଯାଇଛି, ଧାରା ୩୭୦ଅପସାରିତ ହୋଇଛି, ବାମପନ୍ଥୀ ଉଗ୍ରବାଦ ଦମନ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି,

ବିଭିନ୍ନ କାରଣରୁ ବିଦେଶରେ ସଙ୍କରାପନ୍ନ ଥିବା ୧.୫କୋଟିରୁ ଅଧିକ ନାଗରିକଙ୍କୁ ଉଦ୍ଧାର କରାଯାଇଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ପ୍ରାଚୀନ ପରମ୍ପରା ଏବଂ ସ୍ଥାନଗୁଡିକ ପୁର୍ନଜୀବିତ କରାଯାଇଛି, ଦେଶର ଅର୍ଥନୀତି ବିଶ୍ୱରେ ୫ମ ବୃହତ ହୋଇପାରିଛି, ୨୭ଟି ଦେଶରେ ଭାରତୀୟ ମୁଦ୍ରାର କାରବାର ଆରମ୍ଭ ହୋଇଛି, ୟୁପିଆର ବ୍ୟବହାର ବିଶ୍ୱବ୍ୟାପୀ ହୋଇପାରିଛି,

ପ୍ରତିଦିନ ୨୮କିମି ଜାତୀୟ ରାଜପଥ ଏବଂ ୧୪.୫କିମି ରେଳ ଲାଇନ ନିର୍ମାଣ କରାଯାଉଛି, ୩.୭ଲକ୍ଷ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି, ମାନବ ବିହୀନ ରେଳ ଫାଟକଗୁଡିକୁ ହଟାଇ ଦିଆଯାଇଛି, ବନ୍ଦର ଏବଂ ବିମାନବନ୍ଦର କ୍ଷମତା ଦ୍ୱିଗୁଣିତ ହୋଇଛି, ମେଟ୍ରୋ ସେବା  ୨୦ରୁ ଅଧିକ ସହରଗୁଡିକୁ ବିସ୍ତାର କରାଯାଇଛି, ଅଣ ଜୀବାସ୍ମ ଇନ୍ଧନ ଶକ୍ତି ୨.୫ଗୁଣା ବୃଦ୍ଧି କରାଯାଇଛି ଓ ଆମେ ଚନ୍ଦ୍ରରେ ଅବତରଣ କରିଛୁ ଭଳି ଅନେକ ତାଲିକା ମୋଦିଜୀଙ୍କ ୧୦ବର୍ଷ ଶାସନରେ ଘଟିଛି । ଏହି ସଂକଳ୍ପପତ୍ରକୁ ଓଡ଼ିଶାରେ ବହୁ ମାତ୍ରାରେ ପ୍ରଚାର ପ୍ରସାର କରାଯିବ । -ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ.

 

 

LEAVE A REPLY

Please enter your comment!
Please enter your name here