ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ସହରବାସୀଙ୍କ ପାଇଁ ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ୟାପ, ସଡ଼କ, ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ନାଗରିକ ସେବା ସହ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି

0
95
ସହରାଞ୍ଚଳ ବିକାଶରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ସହରବାସୀଙ୍କ ପାଇଁ ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ୟାପ, ସଡ଼କ, ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ନାଗରିକ ସେବା ସହ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ଶୁଭାରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସହରାଞ୍ଚଳରେ ଲୋକଙ୍କ ଜୀବନଧାରଣ ମାନରେ ରୂପାନ୍ତରଣ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

By Our Correspondent

BHUBANESWAR:  ସହରାଞ୍ଚଳ ବିକାଶରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ସହରବାସୀଙ୍କ ପାଇଁ ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ୟାପ, ସଡ଼କ, ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ନାଗରିକ ସେବା ସହ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ଶୁଭାରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସହରାଞ୍ଚଳରେ ଲୋକଙ୍କ ଜୀବନଧାରଣ ମାନରେ ରୂପାନ୍ତରଣ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ଗୁରୁତ୍ଵ ଦେଇ ୪ଟି ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯାଇଛି।

ଏଥିସହ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ଏଥିସହ ୨୬ଟି ସହର ବସ୍ତିମୁକ୍ତ ହୋଇଥିବାବେଳ ଅନ୍ୟମାନଙ୍କ ପରି ଏଠାରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହୋଇଛି।

ଡ୍ରିଙ୍କ ଫ୍ରମ୍ ଟ୍ୟାପ କାର୍ଯ୍ୟକ୍ରମ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ମଡେଲ। ବ୍ରହ୍ମପୁର ସହରରେ ଆଜିଠୁ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧା ଆରମ୍ଭ ହୋଇଛି। ଏଥିସହ ରାଜ୍ୟର ୮ଟି ସହର ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧା ସହ ଯୋଡ଼ି ହୋଇଛି। ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ଼ ସହର ସହ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହାଦ୍ବାରା ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ₹୧୧୬୪ କୋଟିର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

କଟକ ଓ ଭୁବନେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ସମନ୍ୱିତ ପରିମଳ ଉନ୍ନୟନ ପ୍ରକଳ୍ପ ଉତ୍ସର୍ଗ କରିଛନ୍ତି। ଏଥିପାଇଁ ଜାଇକା ସହାୟତାରେ ₹୪ ହଜାର କୋଟି ଖର୍ଚ୍ଚ କରାଯାଇଛି। ଏଥିସହ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପେଭର ରାସ୍ତା ଏବଂ ୬୯୬୧ଟି ରୂପାନ୍ତରିତ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ଦ୍ୱାରା ଭୁବନେଶ୍ୱର ଓ କଟକ ସହରର ପରିମଳ ବ୍ୟବସ୍ଥାରେ ରୂପାନ୍ତରଣ ଆଣିବା ସହ ସହରର ପରିଚୟକୁ ଆହୁରି ଉଜ୍ଜଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here