ଗ୍ରାମାଞ୍ଚଳରେ ଲୋକଙ୍କ ହାତପାଆନ୍ତାରେ ବ୍ଯାଙ୍କ ସେବା, ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୨୮୮ଟି ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି

0
112
ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୨୮୮ଟି ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ଏଥିସହ 5T ଉପକ୍ରମରେ ଖୋଲାଯାଉଥିବା ‘ଆମ ବ୍ୟାଙ୍କ’ ସଂଖ୍ୟା ୨,୭୫୦ରେ ପହଞ୍ଚିଛି

By Our Correspondent

BHUBANESWAR:  ଗ୍ରାମାଞ୍ଚଳରେ ଲୋକଙ୍କ ହାତପାଆନ୍ତାରେ ବ୍ଯାଙ୍କ ସେବା। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୨୮୮ଟି ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ଏଥିସହ 5T ଉପକ୍ରମରେ ଖୋଲାଯାଉଥିବା ‘ଆମ ବ୍ୟାଙ୍କ’ ସଂଖ୍ୟା ୨,୭୫୦ରେ ପହଞ୍ଚିଛି.

ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ସମସ୍ତ ସରକାରୀ ସୁବିଧା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି।

କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କଗୁଡ଼ିକ ଖୋଲାଗଲା। ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here