ମା’ ସମଲେଇଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ , ଧର୍ମେନ୍ଦ୍ର ପ୍ରଧାନ

0
96

By Our Correspondent

BHUBANESWAR:  ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯିବା ନେଇ ପାର୍ଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏ ନେଇ ଶ୍ରୀ ପ୍ରଧାନ ମା’ ସମଲେଇଙ୍କ ପବିତ୍ର ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ ବୋଲି ଏକ୍ସରେ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି ଯେ, ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିକୁ କୋଟି କୋଟି କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୋଦିଜୀଙ୍କ ଗ୍ୟାରେଣ୍ଟି, ୧୦ ବର୍ଷର ଟ୍ରାକ୍ ରେକର୍ଡ ଏବଂ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଜରିଆରେ ଆମେ ସମ୍ବଲପୁର ସମେତ ସମଗ୍ର ଦେଶରେ ନାଗରିକଙ୍କ ଭୋଟ୍ ଏବଂ ବିଶ୍ୱାସ ଜିତିବୁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here