ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ପାଇବେ ବର୍ଦ୍ଧିତ ପେନସନ୍ ରାଶି, ମୁଖ୍ୟମନ୍ତ୍ରୀ ମାସିକ ପେନସନ୍ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି

0
167
CM Naveen Patnaik-FILE

By Our Correspondent

BHUBANESWAR:  ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ପାଇବେ ବର୍ଦ୍ଧିତ ପେନସନ୍ ରାଶି। ମୁଖ୍ୟମନ୍ତ୍ରୀ ମାସିକ ପେନସନ୍ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ହିତାଧିକାରୀମାନେ ସର୍ବନିମ୍ନ ପେନସନ୍ ରାଶି ୧,୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ୍ ଚଳିତ ଫେବୃଆରୀ ମାସରୁ ଲାଗୁ ହୋଇଛି।  

ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି। ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମଙ୍କ ପରି ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ବର୍ଦ୍ଧିତ ପେନସନ୍ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ₹୧,୦୦୦, ₹୧,୨୦୦ ଓ ₹୧,୪୦୦ ଆର୍ଥିକ ସହାୟତା ପାଇବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ₹୩,୬୮୪ କୋଟି ବ୍ୟୟ କରିବାକୁ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here