ବିଜେଡି ନେତାଙ୍କ ସହ “ସାହୁ ବ୍ରଦର୍ସ ଆଣ୍ଡ କୋ”ର ସମ୍ପର୍କ କଣ, ଏହା ତଦନ୍ତ ସାପେକ୍ଷ- ବିଜେପି ରାଜ୍ୟ ସଭାପତି

0
203
ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ସହିତ ‘କଳାଟଙ୍କା’ରେ ବି ୧ନମ୍ବର ବିଜେଡି ସରକାର। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି- ବିଜେପି ରାଜ୍ୟ ସଭାପତି Manmohan Samal.

By Our Correspondent

BHUBANESWAR:   ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ସହିତ ‘କଳାଟଙ୍କା’ରେ ବି ୧ନମ୍ବର ବିଜେଡି ସରକାର। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି- ବିଜେପି ରାଜ୍ୟ ସଭାପତି Manmohan Samal.

ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଅଛନ୍ତି?କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର ।

ଅଣଓଡ଼ିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି ଓ ଚିଟ୍ଫଣ୍ଡ ଟଙ୍କାକୁ ଲୁଟ୍ କରିଥିଲେ, କିନ୍ତୁ ଏବେ ଅଣଓଡିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ।

କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା; ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ ଜାଣିନପାରିବା ଅତ୍ୟନ୍ତ ଲଜ୍ଜ୍ୟାଜନକ।

ବିଜେଡି ନେତାଙ୍କ ସହ “ସାହୁ ବ୍ରଦର୍ସ ଆଣ୍ଡ କୋ”ର ସମ୍ପର୍କ କଣ, ଏହା ତଦନ୍ତ ସାପେକ୍ଷ।  “ସିବିଆଇ ତଦନ୍ତ” ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ -ବିଜେପି ରାଜ୍ୟ ସଭାପତି.

LEAVE A REPLY

Please enter your comment!
Please enter your name here