ବାରଙ୍ଗରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା 

0
99
ଆଜି ଦେଶରେ ଭାରତ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଶତପ୍ରତିଶତର କ୍ରିୟାନ୍ୱୟନ ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି ବୋଲି ଶନିବାର କଟକ ଜିଲ୍ଲାର ବାରଙ୍ଗ ସ୍ଥିତ ଦାଢ଼ାପାଟଣା ଠାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR: ଆଜି ଦେଶରେ ଭାରତ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଶତପ୍ରତିଶତର କ୍ରିୟାନ୍ୱୟନ ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି ବୋଲି ଶନିବାର କଟକ ଜିଲ୍ଲାର ବାରଙ୍ଗ ସ୍ଥିତ ଦାଢ଼ାପାଟଣା ଠାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ସମେତ ଦେଶର ସବୁ ପଞ୍ଚାୟତ ଓ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ମୋଦି ଗ୍ୟାରେଣ୍ଟି ଗାଡି ଗାଁର ପହଞ୍ଚିଥିବା ଲୋକମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କଥା ହୋଇଛନ୍ତି । ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ଜଳ ଜୀବନ ମିଶନରେ ପାନୀୟ ଜଳ ସହ ପିଏମ ଉଜ୍ଜ୍ୱଳା ଯୋଜନାରେ ଲୋକଙ୍କୁ ମାଗଣା ରୋଷେଇ ଗ୍ୟାସର ସୁବିଧା ଦିଆଯାଉଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ଅଶୀ ଭାଗ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି । ଜନଔଷଧୀ କେନ୍ଦ୍ର ଜରିଆରେ ମାଗଣା ଔଷଧ ସହ ଲାଭାର୍ଥୀଙ୍କୁ ବ୍ୟାଙ୍କ୍ ଖାତାରେ ଟଙ୍କା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା ଅନେକ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତର କ୍ରିୟାନ୍ୱୟନ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି ।

ଦେଶର ସୁରକ୍ଷା ଓ ସୁଶାସନ ମୋଦି ସରକାରଙ୍କ ସଂକଳ୍ପ ହୋଇଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ସମସ୍ତଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା ପାଇଁ ମୋଦିଜୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଓଡ଼ିଶାରେ ମୋଦିଙ୍କ ପ୍ରତି ଜନଆସ୍ଥା ବଢିଛି । ଆମେ ସମସ୍ତେ ତାଙ୍କ ନେତୃତ୍ୱରେ ବିକଶିତ ଗଠନ କରିବା ପାଇଁ ନିଜ ନିଜର ଯୋଗଦାନ ରଖିବା ଦରକାର । ସବକା ସାଥ-ସବକା ବିକାଶ ମନ୍ତ୍ରରେ ଅନ୍ୟମାନଙ୍କୁ ବିକଶିତ ଭାରତ ଗଠନରେ ସହଯୋଗ କରିବା ପାଇଁ ଆଗଭର ହେବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଭିସିରେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଅଭିଭାଷଣ ଶୁଣିଥିଲେ । ଉପସ୍ଥିତ ଲୋକମାନଙ୍କୁ ‘ବିକଶିତ ଭାରତ ସଂକଳ୍ପ’ର ଶପଥ ପାଠ କରାଇଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀଙ୍କୁ ଭେଟିବା ସହ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here