ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲ: ପିନାକିଙ୍କ ସହ ମହୁଆଙ୍କ କ’ଣ ସମ୍ପର୍କ ରହିଛି ? ଶ୍ରୀ ମିଶ୍ରଙ୍କ ମହୁଆଙ୍କ ସହ ଇଂଟିମେସିର କାରଣ କ’ଣ ?, ବିଜେପିର ପ୍ରଶ୍ନ

0
319
ମହୁଆ ମୈତ୍ର୍ର କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ସ୍ୱାର୍ଥରେ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି । ଇଣ୍ଡଷ୍ଟ୍ରିଆଲିଷ୍ଟ୍ ଦର୍ଶନ ହରିନନ୍ଦନୀ ଓ ଆଇନଜୀବି ଜୟ ଅନନ୍ତ ଦେହାଦ୍ରାଇ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ଏ କଥା ସ୍ପଷ୍ଟ ହୋଇଛି । ଦୁଇଟି ଯାକ ସତ୍ୟପାଠରେ ଓଡିଆ ସାଂସଦଙ୍କ ସଂପୃକ୍ତିକୁ ନେଇ ଉଲ୍ଲେଖ ରହିଛି ଏବଂ ଶ୍ରୀ ହରିନନ୍ଦନୀ ଦେଇଥିବା ସତ୍ୟପାଠରେ ପିନାକୀ ଓ ମହୁଆଙ୍କ ସଂପର୍କ କଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ପିନାକିଙ୍କ ସହ ମହୁଆଙ୍କ କ’ଣ ସମ୍ପର୍କ ରହିଛି ? ଶ୍ରୀ ମିଶ୍ରଙ୍କ ମହୁଆଙ୍କ ସହ ଇଂଟିମେସିର କାରଣ କ’ଣ ?

By Our Correspondent

BHUBANESWAR:  ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ରଙ୍କ ସଂପୃକ୍ତି ଅଛି ବୋଲି ମାନ୍ୟବର ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଏବଂ ଏ ସଂପର୍କରେ ପିନାକୀ ମିଶ୍ର ଓ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ସାଂସଦ ମହୁଆ ମୈତ୍ରଙ୍କ ଘନିଷ୍ଠ ସଂପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । , ବିଜେପି ରାଜ୍ୟ ମୁଖପାତ୍ର Monoj Mohapatra said.

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଶ୍ରୀ ମିଶ୍ର, ମହୁଆ ମୈତ୍ରଙ୍କୁ ଦିଆଯାଇଥିବା ହାୱାଲା ଟଙ୍କାକୁ ସୁରକ୍ଷିତ ଭାବରେ ରଖିବାର ଦାୟୀତ୍ୱ ନେଇଥିଲେ । ଓଡିଶାକୁ ନିନ୍ଦିତ କରିଥିବା ଗୋଟିଏ କଳଙ୍କିତ ଅଧ୍ୟାୟର ନାୟକ ହେଉଛନ୍ତି ଶ୍ରୀ ମିଶ୍ର । ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ପାଇଁ ଆଜି ଓଡିଶା ନିନ୍ଦିତ ।

ମହୁଆ ମୈତ୍ର୍ର କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ସ୍ୱାର୍ଥରେ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି । ଇଣ୍ଡଷ୍ଟ୍ରିଆଲିଷ୍ଟ୍ ଦର୍ଶନ ହରିନନ୍ଦନୀ ଓ ଆଇନଜୀବି ଜୟ ଅନନ୍ତ ଦେହାଦ୍ରାଇ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ଏ କଥା ସ୍ପଷ୍ଟ ହୋଇଛି । ଦୁଇଟି ଯାକ ସତ୍ୟପାଠରେ ଓଡିଆ ସାଂସଦଙ୍କ ସଂପୃକ୍ତିକୁ ନେଇ ଉଲ୍ଲେଖ ରହିଛି ଏବଂ ଶ୍ରୀ ହରିନନ୍ଦନୀ ଦେଇଥିବା ସତ୍ୟପାଠରେ ପିନାକୀ ଓ ମହୁଆଙ୍କ ସଂପର୍କ କଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ପିନାକିଙ୍କ ସହ ମହୁଆଙ୍କ କ’ଣ ସମ୍ପର୍କ ରହିଛି ? ଶ୍ରୀ ମିଶ୍ରଙ୍କ ମହୁଆଙ୍କ ସହ ଇଂଟିମେସିର କାରଣ କ’ଣ ?

ଶାସକ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ପିନାକୀ ମିଶ୍ରଙ୍କ ଏଭଳି କାରନାମା ଜନବିରୋଧୀ ନୁହେଁ କି ? ମୁଖ୍ୟମନ୍ତ୍ରୀ ନୀରବ ନରହି ଜନବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । -ବିଜେପି ରାଜ୍ୟ ମୁଖପାତ୍ର .

LEAVE A REPLY

Please enter your comment!
Please enter your name here