ଗୋଟିଏ ପଟେ ବସ୍ ଚାଲିବ ବୋଲି ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କର ରଙ୍ଗରଙ୍ଗିଆ ବିଜ୍ଞାପାନ ଛପିଛି , ଅପର ପକ୍ଷରେ ଆଜି ସାରା ଓଡିଶାରେ ବସ୍ ସେବା ସକାଳୁ ବନ୍ଦ ଅଛି- ବିଜେପି

0
245
ଗୋଟିଏ ପଟେ ବସ୍ ଚାଲିବ ବୋଲି ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କର ରଙ୍ଗରଙ୍ଗିଆ ବିଜ୍ଞାପାନ ଛପିଛି , ଅପର ପକ୍ଷରେ ଆଜି ସାରା ଓଡିଶାରେ ବସ୍ ସେବା ସକାଳୁ ବନ୍ଦ ଅଛି- ବିଜେପି

By Our Correspondent

BHUBANESWAR:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଗୋଟିଏ ଅହଂକାରୀ ଶାସନ ଚାଲିଛି । ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପ୍ରତି ରାଜ୍ୟ ସରକାରଙ୍କ କୌଣସି ନିଘା ନାହିଁ । କେବଳ ମିଛ ପ୍ରଚାର ଓ ପ୍ରସାର ଜରିଆରେ ଓଡିଶାବାସୀଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ରାଜ୍ୟ ସରକାର । ଓଡିଶାର ସାମାଜିକ, ଭୌଗଳିକ, ଆର୍ଥିକ, ଗମନାଗମନ ସ୍ଥିତି କ’ଣ ତାହା ରାଜ୍ୟ ସରକାରଙ୍କୁ ଜଣାନାହିଁ ।, ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ Dilip Mallick said.

ଗୋଟିଏ ପଟେ ବସ୍ ଚାଲିବ ବୋଲି ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କର ରଙ୍ଗରଙ୍ଗିଆ ବିଜ୍ଞାପାନ ଆଜି ଛପିଛି । ଅପର ପକ୍ଷରେ ଆଜି ସାରା ଓଡିଶାରେ ବସ୍ ସେବା ସକାଳୁ ବନ୍ଦ ଅଛି । ଆନନ୍ଦ ଉଲ୍ଲାସଭରା ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଥିବା ଓଡିଆ ଭାଇଭଉଣୀମାନେ ନିଜ ନିଜ ଘରକୁ ଯିବା ପାଇଁ ବ୍ୟଗ୍ର । ମାତ୍ର ହଠାତ୍ ବସ୍ ସେବା ବନ୍ଦ ହୋଇଯିବା କାରଣରୁ ରାଜରାସ୍ତାରେ ତଥା ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି ।

ପ୍ରତ୍ୟେକ ବସ୍‌ଷ୍ଟାଣ୍ଡରେ ଆଜି ରାଜ୍ୟର ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରିନପାରି ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ନୀରବ କାହିଁକି? ରାଜ୍ୟ ସରକାର ଘରୋଇ ବସ୍‌ମାଲିକଙ୍କ ଠାରୁ ଟିକସ ନେଉଥିଲେ, ଏବେ କାହିଁକି ସେମାନଙ୍କ ସହ ଆଲୋଚନା କରୁନାହାନ୍ତି? ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ପଛରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର । ରାଜ୍ୟ ସରକାର ଅଚିନ୍ତାରେ ନ ଶୋଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରନ୍ତୁ । -ରାଜ୍ୟ ଗଣମାଧ୍ୟମ ମୁଖ୍ୟ Dilip Mallick said.

LEAVE A REPLY

Please enter your comment!
Please enter your name here