ବଜାରରୁ ରସୁଣ ଉଭାନ ହୋଇଗଲାଣି ଓ ପିଆଜ ଦର ଆକାଶ ଛୁଆଁ, ଓଡ଼ିଶାର ଖାଉଟିମାନଙ୍କୁ ବଡ ବାଧୁଛି

0
60

By Our Correspondent

BHUBANESWAR:  ଗତ କିଛିଦିନ ଧରି ବଜାରର ଦରଦାମ ବୃଦ୍ଧି ଓଡ଼ିଶାର ଖାଉଟିମାନଙ୍କୁ ବଡ ବାଧୁଛି । ବଜାରରୁ ରସୁଣ ଉଭାନ ହୋଇଗଲାଣି ଓ ପିଆଜ ଦର ଆକାଶ ଛୁଆଁ । ସାଧାରଣ ଗ୍ରାହକର ହାଣ୍ଡିଶାଳରୁ ଆଳୁ ଉଭାନ ହୋଇଗଲାଣି । ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ମୁଦ୍ରାସ୍ଫୀତିର ଆକଳନ ଓଡ଼ିଶା ସରକାରଙ୍କ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳତାକୁ ସ୍ପଷ୍ଟ କରିଦେଉଛି । ଓଡ଼ିଶାର ଦରଦାମ ବୃଦ୍ଧି ସାରା ଭାରତ ବର୍ଷରେ ସବୁଠାରୁ ଅଧିକ । ଭାରତର ମୁଦ୍ରାସ୍ଫୀତି ୪.୯ପ୍ରତିଶତରେ ସିମିତ ଥିଲାବେଳେ ଓଡ଼ିଶାରେ ମୁଦ୍ରାସ୍ଫୀତିିର ହାର ୭.୧ପ୍ରତିଶତ ।

ଓଡ଼ିଶାରେ ଯେ କେବଳ ମାର୍ଚ୍ଚ ମାସରେ ଏହିପରି ଦରଦାମ ବୃଦ୍ଧି ଘଟିଛି ତାହା ନୁହେଁ ବରଂ ଗତ ୬ମାସ ଧରି ଓଡିଶାର ଦରଦାମ ବୃଦ୍ଧି ଦେଶରେ ସର୍ବାଧିକ ରହିଛି । ଗତ ୫ମାସ ମଧ୍ୟରେ ଭାରତର ମୁଦ୍ରାସ୍ଫୀତି ସର୍ବନିମ୍ନସ୍ତରରେ ରହିଛି । ଖାଦ୍ୟ ଦ୍ରବ୍ୟର ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାରେ ମୋଦି ସରକାର ସଫଳ ହୋଇଥିବାରୁ ତାହା ସମ୍ଭବ ହୋଇଛି । ଲୋହିତ ସାଗର,  ୟୁକ୍ରେନ ଯୁଦ୍ଧ ଓ ମଧ୍ୟ-ପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲିୟମ୍ ଦ୍ରବ୍ୟର ଦର ବଢ଼ିଥିଲେ ମଧ୍ୟ ଦେଶର ମୁଦ୍ରାସ୍ଫୀତିକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ ଲଗାଇବାରେ ସମର୍ଥ ହୋଇଛନ୍ତି । କିନ୍ତୁ ଓଡ଼ିଶାରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପଛରେ ଏକ ବିରାଟ ଷଡଯନ୍ତ୍ର ଲୁଚି ରହିଛି ।

ସହରାଚଂଳ ମୁଦ୍ରାସ୍ଫୀତି ଦୃଷ୍ଟି କୋଣରୁ ଓଡ଼ିଶାରେ ଦରଦାମ ବୃଦ୍ଧି ସାରା ଦେଶରେ ସର୍ବାଧିକ ୬.୫ପ୍ରତିଶତ ରହିଛି । ସେହିପରି ଗ୍ରାମାଚଂଳ ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ ଏହା ଓଡିଶାରେ ସର୍ବାଧିକ ୭.୩ପ୍ରତିଶତ ରହିଛି । ବ୍ୟବସାୟୀମାନଙ୍କ ନିକଟରୁ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ଆଦାୟ ଓ ଯୋଗାଣ ବିଭାଗର ଅପାରଗତା ପାଇଁ ଓଡିଶାରେ ଏହି ଉଚ୍ଚହାରର ଦରଦାମ୍ ବୃଦ୍ଧି ଘଟୁଛି ବୋଲି ଅଭିଯୋଗ ଆଣି ସାଧାରଣ ଓଡ଼ିଆ ଖାଉଟିକୁ ଅଯଥା ଶୋଷଣରୁ ସୁରକ୍ଷା ଦେବା ପାଇଁ ବର୍ତମାନର ଅପାରଗ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବେ । -ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା

 

LEAVE A REPLY

Please enter your comment!
Please enter your name here