ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରସନ୍ନ ପଟ୍ଟନାୟକ ଏବଂ ମହମ୍ମଦ ରଫିକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା, ଦଳ ପାଇଁ ପ୍ରସନ୍ନ ପଟ୍ଟନାୟକ, ମହମ୍ମଦ ରଫିକଙ୍କ ଅବଦାନ ଚିରସ୍ମରଣୀୟ

0
236

By Our Correspondent

BHUBANESWAR:ଦିବଂଗତ ରାଜନେତା ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉଭୟ ନେତାଙ୍କ ସୃତି ଚାରଣ କରି କହିଛନ୍ତି ଯେ, ଦଳ ପାଇଁ ସ୍ୱର୍ଗତଃ ପଟ୍ଟନାୟକ ଓ ରଫିକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ । ଦଳକୁ ତ୍ରୁଣମୂଳସ୍ତରରେ ମଜ୍‌ଭୁତ କରିବାରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ । ରାଜ୍ୟ ବିଜେପିର ପ୍ରଥମ ନିର୍ବାଚନରେ ସ୍ୱର୍ଗତଃ ପଟ୍ଟନାୟକ କାମାକ୍ଷାନଗରରୁ ବିଜୟୀ ହୋଇ ଦଳ ପାଇଁ ମୂଳଦୁଆ ପକାଇଥିଲେ ।
ସେ ଦଳର ସଂଘର୍ଷମୟ ଯାତ୍ରା ବେଳେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲେ । ସେହିପରି ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବରଗଡ଼ ଜିଲା ଅନ୍ତର୍ଗତ ତତ୍କାଳୀନ ମେଲଛାମୁଣ୍ଡା ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଏଥିସହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରି ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦଳ ପାଇଁ ସେମାନଙ୍କ ଅବଦାନ କେବେ ଭୁଲି ହେବ ନାହିଁ । ଉଭୟ ଦିବଂଗତ ନେତାଙ୍କ ବିୟୋଗରେ ଦଳ ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ସୃତିଚାରଣ ସଭାରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ସାଂସଦ ବଳଭଦ୍ର ମାଝି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ଅଶୋକ ମହାନ୍ତି, ଗୈାରୀ ମାଝୀ, ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି, ସୀମାଂଚଳ ଖଟେଇ, ବରଗଡ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୁକ୍ତା ସାହୁ, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ନେତ୍ରୀ ସବିତା ନନ୍ଦ ପ୍ରମୁଖ ଉଭୟ ସ୍ୱର୍ଗତଃ ପଟ୍ଟନାୟକ ଏବଂ ସ୍ୱର୍ଗତଃ ରଫିକଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here