By Our Correspondent
BHUBANESWAR: ଭୁବନେଶ୍ୱର ଦେବୟୁଗ ପରିବାର ତରଫରୁ ତା ୦୭-୦୬-୨୦୨୫ ଶନିବାର ସନ୍ଧ୍ୟା ସମୟ ରେ ମାଉସୀମା ଛକ ପ୍ରଭୁ ରାମେଶ୍ଵର ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଏକ ଚନ୍ଦନ ମହୋତ୍ସଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ଏହି କାର୍ଯ୍ୟ କ୍ରମରେ ଶହ ଶହ ଶ୍ରଦ୍ଧାଳୁ, ଭକ୍ତ ଓ ଅଂଚଳବାସୀ ଚନ୍ଦନ ମହୋତ୍ସଭ ରେ ଯୋଗ ଦେଇ ପ୍ରଭୁ ଙ୍କ ଆଶୀର୍ବାଦ ପାଇବା ସହିତ ଉତ୍ସବକୁ ବେଶ ଉପଭୋଗ କରିଥିଲେ।
ଓଡିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ କୁମାର ବାପି ଙ୍କ ଭଜନ ପରିବେଷଣ ରେ ସେ ଅଞ୍ଚଳ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବରିଷ୍ଟ ରାଜନେତା ମାନେ ମଧ୍ୟ ଯୋଗ ଦେଇ ପ୍ରଭୁ ଙ୍କ କୃପା ଲାଭ କରିବା ସହିତ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଫେରିଥିଲେ। ଅଞ୍ଚଳ ବାସୀଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପାଦନ ହୋଇଥିଲା, ସେଥିପାଇଁ ଦେବୟୁଗ ପରିବାର ଅଧକ୍ଷ୍ୟ ଶ୍ରୀ ଦେବବ୍ରତ ନାୟକ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନକୁ ଧ୍ୟାନରେ ରଖି ଉତ୍ସଵ ସରିବାର ୪୮ ଘଣ୍ଟା ମଧ୍ୟରେ ଦେବୟୁଗ ପରିବାର ର ସମସ୍ତ ସ୍ଵେଚ୍ଛସେବୀ ଓ ବି ଏମ ସି କର୍ମଚାରୀ ମିଳିତ ସହଯୋଗ ରେ ମନ୍ଦିର ପରିସରକୁ ପୁନଃ ସଫା କରି ପରିସ୍କାର କରିଥିଲେ।

























