‘ନାଗରିକତା (ସଂଶୋଧନ) ଅଧିନିୟମ-୨୦୧୯’- ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି

0
103

By Our Correspondent

BHUBANESWAR:   ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯ୍ୟାତିତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ‘ନାଗରିକତା (ସଂଶୋଧନ) ଅଧିନିୟମ-୨୦୧୯’ ହେଉଛି ୨୦୧୪ ମସିହା ଡିସେମ୍ବର ୩୧ ପୂର୍ବରୁ ମୂଳଭାରତୀୟ ତଥା ବର୍ତମାନର ପଡୋଶୀ ଆଫଗାନିସ୍ଥାନ, ପାକିସ୍ଥାନ ଏବଂ ବାଂଲାଦେଶରୁ ବିଭାଜିତ ହୋଇ ଭାରତକୁ ଆସି ଭାରତରେ ଶରଣ ନେଇଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱର ଅଧିକାର ପ୍ରଦାନ କରିବା ଗୋଟିଏ ଆଇନ ।, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ Arbinda Dhali said.

ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ନାଗରିକତା ସଂଶୋଧନ ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ସିଏଏ ଦ୍ୱାରା ଭାରତ କିମ୍ବା ଓଡିଶା ରହୁଥିବା କୌଣସି ମୁସଲମାନ ଭାଇଭଉଣୀଙ୍କର ନାଗରିକତା ଯିବନାହିଁ । ‘ସିଏଏ’ ନାଗରିକତା ଛଡାଇବାକୁ ନୁହେଁ ବରଂ ଆଇନ ଆଧାରରେ ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା କରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟର ମାନ୍ୟତା ପ୍ରଦାନ କରିଛି ।

ପଡୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କମାନେ ଧର୍ମୀୟ ଭାବନା କାରଣରୁ ନିଷ୍ପେସିତ, ଦଳୀତ ହୋଇ ଭାରତରେ ଶରଣାର୍ଥୀ ହୋଇଛନ୍ତି । ବିଭିନ୍ନ ମୈାଳିକ ସୁବିଧା ସହିତ ନାଗରିକତ୍ୱର ପରିଚୟ ମାଗୁଥିବା ଏହି ମୁଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ମିଳିଛି । ଭାରତର ସମ୍ବିଧାନ ନିର୍ମାତାଙ୍କ ପ୍ରତିଶ୍ରୁତି ଥିଲା ଆଫଗାନିସ୍ଥାନ, ପାକିସ୍ଥାନ ଏବଂ ବାଂଲାଦେଶରୁ ପ୍ରତାଡିତ ହୋଇ ଆସୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଲକ୍ଷାଧିକ ଲୋକ ନିଜର ଧର୍ମକୁ ବଂଚାଇବା ପାଇଁ ଏହି ଦେଶକୁ ଆସିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ନାଗରୀକରଣ ପ୍ରଦାନ କରି ଯଥାସମ୍ମାନ ପ୍ରଦାନ କରିଛନ୍ତି । ସଂଖ୍ୟାଲଘୁ ଶରଣାର୍ଥୀଙ୍କ ପାଇଁ ଆଇନ ପ୍ରଣୟନ କରି ତାଙ୍କୁ ନାଗରିକତା ଦେଇ ସମ୍ମାନର ସହ ବଂଚିବାର ରାସ୍ତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ।

ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳମାନେ କେତେକ ନ୍ୟସ୍ତସ୍ୱାର୍ଥକୁ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ନାଗରିକତା ଅଧିକାର ଶରଣାର୍ଥୀମାନର ସାଂସ୍କୃତିକ, ଭାଷାଗତ ଓ ସାମାଜିକ ପରିଚୟକୁ ସୁରକ୍ଷା ଦେବା ସହିତ ସେମାନଙ୍କ ଆର୍ଥୀକ, ବ୍ୟବସାୟୀକ, ମୁକ୍ତ ଯାତାୟତ ଓ ସଂପତି କ୍ରୟ ଅଧିକାର ସୁନିଶ୍ଚିତ କରିବ । ଏଥି ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଧ୍ୟ ସୁଦୃଢ ହେବ । -ପୂର୍ବତନ ମନ୍ତ୍ରୀ ତଥା ବିଧାୟକ

LEAVE A REPLY

Please enter your comment!
Please enter your name here