ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି

0
264
ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି l ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥିରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥିବା ପରିଲକ୍ଷିତ ହେଉଛି

By Our Correspondent

BHUBANESWAR:  ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକିହେବ l ଏହି ବାର୍ତ୍ତାଟି  ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖିଛି l

ଆଜି ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି l ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥିରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥିବା ପରିଲକ୍ଷିତ ହେଉଛି l

ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର Volunteer ଭାବେ ଯୋଡି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି l ଏହା ବ୍ଯତୀତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତା ମଧ୍ୟ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି l ଏଥିରେ ଅଂଶଗ୍ରହଣ କରି ପୁରସ୍କାର ଜିତିବା ସହ ସାଇବର ସଚେତନ ହେବା  ପାଇଁ ଓଡିଶା ପୋଲିସ ତରଫରୁ ଅଭିନବ ପ୍ରୟାସ କରାଯାଇଛି l ଏହି କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି l

ଆଜି ରାଜ୍ୟର ବିଭିନ୍ନ କଲେଜ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ  କରିଛନ୍ତି l ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଉଛି l

ଏହା ସହ ବିଭିନ୍ନ ସ୍ଥାନରେ ଜନସଚେତନତା ମୂଳକ ନାଟକ, ଲୋକନୃତ୍ୟ ପରିବେଷଣ ସହ କୁନିକୁନି ପିଲାଙ୍କ ଦ୍ଵାରା ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି l ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଆଦୃତ ହେଉଛି l ଏହି ସଚେତନତା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ସାଜିଛି “ସାଇରା” l ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ “ସାଇରା” ସହ ସେଲଫି ଓ ଫଟୋ ଉଠାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବାବେଳେ “ସାଇରା” ସଚେତନତା ଧର୍ମୀ ଲିଫଲେଟ ଲୋକମାନଙ୍କୁ ବାଣ୍ଟି ସଚେତନ କରିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି l

ରାଜ୍ୟର ପ୍ରତିଟି ଅଞ୍ଚଳରେ ସାଇବର ସୁରକ୍ଷା ରଥକୁ ସ୍ଥାନୀୟ ଲୋକ ପ୍ରତିନିଧି, ବରିଷ୍ଠ ନାଗରିକ, ଛାତ୍ରଛାତ୍ର, ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର କର୍ମକର୍ତ୍ତାଗଣ ସ୍ଵାଗତ କରୁଛନ୍ତି l ଜିଲ୍ଲାର ଏସ.ପି.ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଏହି ସାଇବର ରଥ ସଫଳତାର ସହ ସଚେତନତା କାର୍ଯ୍ଯକ୍ରମ ସମାପନ ହେଉଛି l ଉଲ୍ଲେଖଯୋଗ୍ଯଯେ, ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ୩୪ଟି ସାଇବର ସୁରକ୍ଷା ରଥ ବୁଲି ଲୋକଙ୍କୁ ସଚେତନ କରିବ l 

LEAVE A REPLY

Please enter your comment!
Please enter your name here