ତାଳଚେରରେ ନିଜେ ପଢୁଥିବା ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
351
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ତଥା ନିଜେ ପଢୁଥିବା ସ୍କୁଲକୁ ଗସ୍ତ କରି ଖୁସିବ୍ୟକ୍ତ କରିଛନ୍ତି ।

By Our Correspondent

TALCHER/BHUBANESWAR:  କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ତଥା ନିଜେ ପଢୁଥିବା ସ୍କୁଲକୁ ଗସ୍ତ କରି ଖୁସିବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ଦିନର ବ୍ୟବଧାନ ପରେ ମୁଁ ପଢୁଥିବା ସ୍କୁଲକୁ  ଆସି ବହୁତ ଆନନ୍ଦିତ । ଏହାକୁ ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ । ଏହି ସ୍କୁଲରେ ମୁଁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛି ।

ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସମ୍ଭବ ହୋଇଛି । ଏହି ସ୍କୁଲ ମୋ ପାଇଁ ମନ୍ଦିର ତୁଲ୍ୟ ।  ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ପିଲାବେଳର ଅନେକ ସ୍ମୃତି ଉଜ୍ଜିବୀତ ହେଲା, ଯାହା ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।

ଶ୍ରୀ ପ୍ରଧାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here