ତାଞ୍ଜାନିଆର ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ କରିବା ପାଇଁ ଅନୁମତି ଦେଇଥିବାରୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ

0
284
ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ୍ କରିଛନ୍ତି ।

By Our Correspondent 

NEW DELHI/BHUBANESWAR:   ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ୍ କରିଛନ୍ତି । 

ଦୁଇ ଦେଶ ମଧ୍ୟରେ ‘ରଣନୈତିକ ଭାଗିଦାରୀ’କୁ ଆହୁରି ସୁଦୃଢ କରିଥିବାରୁ ଶ୍ରୀ ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବନ୍ଧୁତାକୁ ନୂଆ ଉତ୍ସାହ ଦେବା ସହ ଉଜ୍ଜିବୀତ କରିଛି ।

ତାଞ୍ଜାନିଆର ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ କରିବା ପାଇଁ ଅନୁମତି ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାବ୍ୟତିତ ତାଞ୍ଜାନିଆର ଶିକ୍ଷା ଏବଂ ଦକ୍ଷତା ପ୍ରାଥମିକତାକୁ ଆଗକୁ ବଢ଼ାଇବା ପାଇଁ ତାଞ୍ଜାନିଆ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଭାରତର ଥିବା ଆଗ୍ରହ ନେଇ ଶ୍ରୀ ପ୍ରଧାନ ଅବଗତ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here