By Our Correspondent
BHUBANESWAR: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଗ୍ରାମର ବିଦ୍ୟାଧର ପ୍ରଧାନ, ପିତା- ବିଜୟ ପ୍ରଧାନ, ଶୁଭ୍ରକାନ୍ତ ପ୍ରଧାନ, ପିତା- ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ରାଉତ, ପିତା- ପରମେଶ୍ବର ରାଉତ ଏବଂ ନିରଞ୍ଜନ ମହାନ୍ତି, ପିତା- ଭଗବାନ ମହାନ୍ତି ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ଗବୋନ ଯାଇଥିଲେ। କମ୍ପାନୀ କତ୍ତୃପକ୍ଷ ମାସିକ ୨୫,୦୦୦/- ଟଙ୍କା ବେତନ ପ୍ରତିଶୃତି ଦେଇଥିଲେ କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପାରିଶ୍ରମିକ ନଦେଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ କାର୍ଯ୍ୟରେ ଲଗାଇଛନ୍ତି। ବହୁ ଅନୁରୋଧ ପରେ ମଧ୍ୟ ସେମାନେ ପାରିଶ୍ରମିକ ଦେଉନାହାଁନ୍ତି କିମ୍ବା ସ୍ବଦେଶ ଫେରିବାକୁ ଛାଡୁନାହାଁନ୍ତି।
ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।





![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)






















