କେନ୍ଦ୍ର ଅନ୍ତରୀଣ ବଜେଟ୍ ୨୦୨୪-୨୫:ବିକଶିତ ଭାରତ ବଜେଟରୁ ଓଡ଼ିଶା ସିଂହ ଭାଗ ଲାଭ ପାଇବ – ଧର୍ମେନ୍ଦ୍ର ପ୍ରଧାନକେନ୍ଦ୍ର

0
126
ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ କେନ୍ଦ୍ରର ଅନ୍ତରୀଣ ବଜେଟରେ ହୋଇଥିବା ବ୍ୟବସ୍ଥା ଓ ଘୋଷଣା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସିଂହ ଭାଗ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

NEW DELHI/BHUBANESWAR:  ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ କେନ୍ଦ୍ରର ଅନ୍ତରୀଣ ବଜେଟରେ ହୋଇଥିବା ବ୍ୟବସ୍ଥା ଓ ଘୋଷଣା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସିଂହ ଭାଗ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକ ଲୋକାଭିମୁଖୀ, ଅଭିବୃଦ୍ଧି ପ୍ରୋତ୍ସାହନକାରୀ ଓ ଯୁଗାନ୍ତକାରୀ ବଜେଟ୍ ଉପସ୍ଥାପନ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ବିଚାରରେ କାର୍ଯ୍ୟ କରୁଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ପ୍ରାଥମିକତା ଭିତ୍ତିରେ କଲ୍ୟାଣକାରୀ ବଜେଟ୍ ଉପସ୍ଥାପନ କରାଯାଇଛି । ଏହି ବଜେଟରେ ଆଗାମୀ ଦିନର ରୋଡମ୍ୟାପର ପ୍ରତିଫଳନ ହୋଇଛି । ସର୍ବାଙ୍ଗୀନ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ସରକାରର କାର୍ଯ୍ୟ ବଜେଟରେ ପ୍ରତିଫଳନ ହୋଇଛି । ଏହି ବଜେଟ୍ ବିକଶିତ ଭାରତ ଗଠନରେ ବହୁତ ବଡ ଲଞ୍ଚିଂ ପ୍ୟାଡ୍ ହେବ ।

ବଜେଟରେ ସାମାଜିକ, ଜିଜିଟାଲ ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବ୍ୟବସ୍ଥା ହୋଇଛି । ପୂର୍ବ ଭାରତ ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ଅଛି । ଚଳିତଥର ରେଳବାଇ ବଜେଟରେ ୩ଟି ସ୍ପେଶାଲ କୋରିଡର ଯଥା ଏନର୍ଜି, ମିନେରାଲ ଓ ସିମେଣ୍ଟ କୋରିଡରର କଳ୍ପନା କରାଯାଇଛି । ୨ କୋଟି ଲକ୍ଷପତି ଦିଦି ପୂର୍ବରୁ ଯୋଜନା ହୋଇଥିବା ବେଳେ ୧ କୋଟି ଲକ୍ଷପତି ଦିଦି ତିଆରି ହୋଇଛନ୍ତି । ଏହାକୁ ଦେଖି ମୋଟ  ୩ କୋଟି ଲକ୍ଷପତି ଦିଦିର ଦାୟିତ୍ୱ ନିଆଯିବାର ଯୋଜନା ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୫ ବର୍ଷରେ ନୂଆ ୨ କୋଟି ଘର ସାମିଲ କରିବାର ଯୋଜନା ହୋଇଛି । ପୂର୍ବରୁ ଆବାସ ଯୋଜନାରେ  ଓଡ଼ିଶାକୁ ପ୍ରାୟ ୩୪ ଲକ୍ଷ ଘର ଆବଣ୍ଟନ ହୋଇଛି । ସେହିପରି ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣର ଯୋଜନା ରହିଛି । ବନ୍ଦର ସଂଯୋଗ କୋରିଡରରେ ମଧ୍ୟ ଯୋର୍ ଦିଆଯାଇଛି । ଏହି ବଜେଟ୍ ଦ୍ୱାରା ଗରିବ ଲୋକମାନେ ସଶକ୍ତ ହେବେ । ରୋଜଗାର ବଢିବ । ଏହି ବିକଶିତ ଭାରତ ବଜେଟ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସିଂହଭାଗ ଲାଭ ପାଇବ । ଓ୍ୱେଲ ଫେୟାର ଓ ଓ୍ୱେଲଥ୍ କ୍ରିଏସନର ବ୍ୟବସ୍ଥିତ ସନ୍ତୁଳନ ଏହି ବଜେଟରେ ପ୍ରତିଫଳନ ହୋଇଛି ।  

ଦେଶକୁ ଆଗକୁ ଯିବା ପାଇଁ ହେଲେ ଜ୍ଞାନ ଓ ଶିକ୍ଷା ଉପରେ ଯୋର ଆବଶ୍ୟକତା ରହିଛି । ଏହି ବଜେଟରେ ‘ଜୟ ଅନୁସନ୍ଧାନ’ ଯୋଜନାରେ ଗବେଷଣା, ଉଦ୍ଭାବନ ଓ ଉଦ୍ୟମିତା କ୍ଷେତ୍ରରେ ୫୦ ବର୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର କୋର୍ପସ ପାଣ୍ଠି ଘୋଷଣା ସବୁଠୁ ବଡ଼ ଗେମ ଚେଞ୍ଜର ହେବ । ଏହି ବଜେଟ୍ ଭାରତର ପ୍ରତିଭାସମ୍ପନ୍ନ ଯୁବଶକ୍ତିଙ୍କ ନେତୃତ୍ୱରେ ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟମିତାର ଏକ ସୁବର୍ଣ୍ଣ ଯୁଗ ପାଇଁ ପଥ ପ୍ରଶସ୍ତ କରିବ ।

ଯୁବପିଢିଙ୍କ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନା ଅନୁଯାୟୀ, ଏହି ବଜେଟ୍ ଆମର ଯୁବବର୍ଗଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା ସହ  ଭାରତକୁ ଗବେଷଣା, ଉଦ୍ଭାବନ ଏବଂ ଷ୍ଟାର୍ଟଅପର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ସହଯୋଗ ହେବ । ସେହିପରି ଜାତୀୟ ଶିକ୍ଷା ନୀତିର ସଫଳ କ୍ରିୟାନ୍ୱୟନ, ପିଏମ୍ ଶ୍ରୀ ସ୍କୁଲ ସହ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରକୁ ପ୍ରୋତ୍ସାହନ ଯୁବପିଢିଙ୍କ ଆକାଂକ୍ଷାକୁ ପୂରଣ କରିବ । ଦେଶରେ ୭ ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହା ମୋଦି ସରକାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଇଥିବାର ବଳିଷ୍ଠ ପ୍ରମାଣ ।

ଆମେ ଯେତେବେଳେ ବିକଶିତ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଛେ, ସେହି ସମୟରେ ଆଜିର ବଜେଟ୍ ସେ ଦିଗରେ ଅନ୍ୟତମ ପଦକ୍ଷେପ । ଏହି ବଜେଟ୍ ମହିଳା ଆଧାରିତ ବିକାଶକୁ ଗତି ଦେବ । ସମସ୍ତଙ୍କ ଆକାଂକ୍ଷା ପୂରଣ କରିବ । ଲୋକଙ୍କ ଜୀବନଯାପନକୁ ସହଜ କରିବ । ସବୁଜ ଅଭିବୃଦ୍ଧି ସହ ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବ । ବଜେଟରେ ବିଭିନ୍ନ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ବିକଶିତ ଭାରତ ବଜେଟରେ ଯୁବଶକ୍ତି ଓ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ଏକାଠି କରାଯାଇଛି । ଏହି ବଜେଟ୍ ବିକଶିତ ଭାରତ ଅଭିମୁଖେ ଆମର ଯାତ୍ରାକୁ ଅଧିକ ଶକ୍ତି ପ୍ରଦାନ କରିଛି ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତକୁ ପର୍ଯ୍ୟାପ୍ତ ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here