ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ଷଷ୍ଠ ବାଟାଲିୟନ ପରିସରରେ ୬୮ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି

0
142
ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ଷଷ୍ଠ ବାଟାଲିୟନ ପରିସରରେ ୬୮ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ ଜିଲ୍ଲା ଓ ପ୍ରତିଷ୍ଠାନରୁ ୨୧୫ ଜଣ ପ୍ରତିଯୋଗୀ ଓ ୩୪ ଟି ପୋଲିସ ଶ୍ଵାନ (K-Nine) ଅଂଶ ଗ୍ରହଣ କରିଛନ୍ତି । ୪୫ ଜଣ ଇନ୍ସପେକ୍ଟର, ୫୧ ଜଣ ଏସ.ଆଇ, ୫୬ ଜଣ ଏ.ଏସ.ଆଇ ଏବଂ ୬୩ ଜଣ କନଷ୍ଟେବଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

By Our Correspondent

BHUBANESWAR: ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି ଷଷ୍ଠ ବାଟାଲିୟନ ପରିସରରେ ୬୮ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ ଜିଲ୍ଲା ଓ ପ୍ରତିଷ୍ଠାନରୁ ୨୧୫ ଜଣ ପ୍ରତିଯୋଗୀ ଓ ୩୪ ଟି ପୋଲିସ ଶ୍ଵାନ (K-Nine) ଅଂଶ ଗ୍ରହଣ କରିଛନ୍ତି । ୪୫ ଜଣ ଇନ୍ସପେକ୍ଟର, ୫୧ ଜଣ ଏସ.ଆଇ, ୫୬ ଜଣ ଏ.ଏସ.ଆଇ ଏବଂ ୬୩ ଜଣ କନଷ୍ଟେବଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ଡ଼ିଜିପି ଶ୍ରୀ ଷଡଙ୍ଗୀ ସତ୍ୟ ଓ ନ୍ୟାୟର ପରିଭାଷା ପୋଲିସ ପାଖରୁ ଆରମ୍ଭ ହୁଏ ଏବଂ ନ୍ୟାୟ ଦେବାର ମୂଳ ପିଣ୍ଡ ହେଉଛି ପୋଲିସ ବୋଲି ନିଜ ଉଦବୋଧନରେ ମତବ୍ୟକ୍ତ କରିଥିଲେ । ପୋଲିସ ଏକ କର୍ମ କିମ୍ବା ବୃତ୍ତି ନୁହେଁ ବରଂ ଧର୍ମ ବୋଲି ଡ଼ିଜିପି କହିବା ସହ ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ସଠିକ ହେବା ଉଚିତ ବୋଲି ଗୁରୁତ୍ଵାରୋପ କରିଥିଲେ ।

ଦୋଷୀଟିଏ ଉପଯୁକ୍ତ ଦଣ୍ଡ ପାଇବାରେ ପୋଲିସର ମୁଖ୍ୟ ଭୂମିକା ରହିଥାଏ, ତେଣୁ ପୋଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଏବଂ ଭରସାକୁ ସବୁବେଳେ ବଜାୟ ରଖିବାକୁ ପଡିବ ବୋଲି ସେ ମତପ୍ରକାଶ କରିଥିଲେ । ଜ୍ଞାନ ଆରୋହଣ, ଦକ୍ଷତା ବୃଦ୍ଧି, ମନୋଭାବରେ ପରିବର୍ତ୍ତନ ତଥା ଶାରୀରିକ ଓ ମାନସିକ ସ୍ତରରେ ସକ୍ଷମ ହେବାକୁ ଡ଼ିଜିପି ପରାମର୍ଶ ଦେଇଥିଲେ । ପୋଲିସର ତଦନ୍ତ ସଠିକ ହୋଇନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ଏବଂ  ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ ସେ ଗୁରୁତ୍ଵାରୋପ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଅପରାଧର ପରିଭାଷାରେ ପରିବର୍ତ୍ତନ ହୋଇଛି ।

ସାଇବର ଅପରାଧ, ସୋସିଆଲ ମିଡିଆ ଅପରାଧ, ବ୍ୟାଙ୍କ ଠକେଇ, ନାରୀ ଉପରେ ହେଉଥିବା ଅତ୍ୟାଚାର ଭଳି ଅପରାଧକୁ ଯଥା ଶୀଘ୍ର ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେବା ଆମ ସମସ୍ତଙ୍କର ପ୍ରାଥମିକତା କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଆଗାମୀ ଦିନରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଫରେନସିକ ତଦନ୍ତ ଏବଂ ସାଇବର ଅପରାଧରେ ଦକ୍ଷତା ହାସଲ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । କେବଳ ରାଜ୍ୟ ସ୍ତରରେ ସଫଳତା ହାସଲ କଲେ ଏହା ଆମପାଇଁ ଯଥେଷ୍ଟ ହେବ ନାହିଁ, ଆମକୁ ସର୍ବଭାରତୀୟ ବୃତ୍ତିଗତ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ପ୍ରଚେଷ୍ଟା କରିବା ଦରକାର ବୋଲି ପ୍ରତିଯୋଗିଙ୍କ ଉଦ୍ଦେଶ୍ୟରେ ଡିଜିପି ଶ୍ରୀ ଷଡଙ୍ଗୀ ମତପ୍ରକାଶ କରିଥିଲେ ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆଙ୍ଗୁଳି ଛାପ, କମ୍ପୁଟର ଜ୍ଞାନ କୌଶଳର ଦକ୍ଷତା, ଫଟୋଗ୍ରାଫି, ନିରୀକ୍ଷଣ ପରୀକ୍ଷା, ସାଇବର ଅପରାଧ ଓ ସଂନିରୀକ୍ଷଣ, ପୋଲିସ ଆଇନ କାନୁନ, ପୋଲିସ ରୂପଚିତ୍ର, ମେଡିକୋ-ଲିଗାଲ, ପୋଲିସ ଶ୍ଵାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ରାଜ୍ୟ ଅପରାଧ ଅନୁସନ୍ଧାନ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ବୋଥ୍ରାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଶ୍ରୀ ବୋଥ୍ରା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇ.ଜି ସଫିନ ଅହମ୍ମଦ କେ. ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ  ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here