କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଗୋପୀନାଥ ସ୍ୱାଇଁ, ବିନୋଦ କୁମାର ପଶାୟତ, ଭାଗବତ ପ୍ରଧାନ, ବିନୋଦ ମହାରଣା ମନୋନୀତ

0
203

By Our Correspondent

BHUBANESWAR:  ଓଡ଼ିଶାର ଅନେକ ଯୋଗ୍ୟ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ଚୟନ କରି ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱକୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ଶ୍ରୀ ପ୍ରଧାନ ଦେଶର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ମୋଦି ସରକାରରେ ସର୍ବଦା ଓଡ଼ିଆ ଲୋକମାନେ ଯଥୋଚିତ ସମ୍ମାନ ପାଇଛନ୍ତି । ଓଡ଼ିଶାର ଲୋକପ୍ରତିଭାକୁ ପରିଚୟ ଦେବା ସହ ସମ୍ମାନିତ କରିବା ମୋଦି ସରକାରଙ୍କ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । 

ପଦ୍ମ ପୁରସ୍କାର ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦେଉଛି । କଳା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନଙ୍କ ପରି ସାଧାରଣ ଲୋକମାନେ ପାରମ୍ପରିକ ଓଡ଼ିଆ ଭଜନ ଓ ନୃତ୍ୟର ପ୍ରଚାର କରିବା ଦିଗରେ ଜୀବନବ୍ୟାପୀ ସାଧନା ବେଶ୍ ପ୍ରଶଂସନୀୟ ।

ସେହିପରି ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ବିନୋଦ କୁମାର ପଶାୟତ ଏବଂ ଖୋର୍ଦ୍ଧା ଜିଲ୍ଲାର ବିନୋଦ ମହାରଣା ଆମର କଳାକୁ ସମୃଦ୍ଧ କରିବା ପାଇଁ ବଡ ଯୋଗଦାନ ଦେଇଛନ୍ତି । ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଓଡିଆଙ୍କ ପାଇଁ ରାଜ୍ୟବାସୀ ଗର୍ବ ଅନୁଭବ କରିଛନ୍ତି । ଦେଶକୁ ସମୃଦ୍ଧ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣ ନାଗରିକଙ୍କୁ ପଦ୍ମ ପୁରସ୍କାର ସେମାନଙ୍କୁ ବଡ ସମ୍ମାନ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here