
By Our Correspondent
BHUBANESWAR: ଆହୁରି ଆଗକୁ ବଢ଼ିବେ ମିଶନ ଶକ୍ତି ମା’। ମହିଳାଙ୍କ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ବିନା ସୁଧରେ ₹୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ସହ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ₹୧୪୫ କୋଟିର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।
ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏସଏଚଜିରୁ ଏସଏମଇ ଆଡ଼କୁ ଆଗଉଛନ୍ତି। ମା’ମାନେ କର୍ପୋରେଟ୍ ଜଗତ ସହ ଯୋଡ଼ି ହେବାସହ ବିଜିନେସ୍ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ୧.୫ ଲକ୍ଷ ଏସଏଚଜି ଲିଡରମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ₹୭୩୦କୋଟିର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ ଖୋଲାଯିବ। ଏଥିସହ ଆସନ୍ତା ୫ ବର୍ଷ ମଧ୍ୟରେ ₹୭୫ ହଜାର କୋଟିର ବ୍ୟାଙ୍କ ଋଣ ମା’ମାନଙ୍କୁ ଦିଆଯିବ। ଓଡ଼ିଶାର ମା’ମାନେ ବିନା ସୁଧରେ ₹୧୦ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ। ଏହାଦ୍ୱାରା ମା’ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।











![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)












