ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ, ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି- ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି

0
132

By Our Correspondent

BHUBANESWAR:  ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ । ଆସନ୍ତା ୧ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ । ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା ଏବଂ ୧୪୭ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପିତ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା କରାଯିବ , ରାଜ୍ୟ ସଭାପତି Manmohan Samal said.

ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ନିର୍ବାଚନୀ ଇସ୍ତାହାର କମିଟି ମଧ୍ୟ ଗଠନ ହେବା ସହ ଆସନ୍ତା ୨୯ତାରିଖ ଦିନ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଶୁଭାରମ୍ଭ ହେବ । ଅଭିଯୋଗ ପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗ ପତ୍ର ସଂକଳନ କରାଯିବ ।

ନିର୍ବାଚନୀ ଇସ୍ତାହାର କମିଟି ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯିବ ଏବଂ ଉକ୍ତ ମତକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ । ଦଳର ନିର୍ବାଚନ ଇସ୍ତାହାର ତିଆରିରେ ସାଧାରଣ ଜନତାଙ୍କ ଭାଗିଦାରି ରହିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଦଳ ମତାମତ ସଂଗ୍ରହ କରିବ । ଏଥିସହ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି । -ରାଜ୍ୟ ସଭାପତି

LEAVE A REPLY

Please enter your comment!
Please enter your name here