By Our Correspondent
BHUBANESWAR: ଗ୍ରାମ ପଞ୍ଚାୟତଗୁଡ଼ିକରେ ନିୟୋଜିତ ସ୍ୱାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ସେମାନଙ୍କ ପାରିଶ୍ରମିକ ୪,୦୦୦ରୁ ୬,୫୦୦ ଟଙ୍କାକୁ ବଢ଼ାଇ ଦେଇଛନ୍ତି।
5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ହସ୍ତଗତ ହୋଇଥିବା ପ୍ରସ୍ତାବକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ଏହାଦ୍ବାରା ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେଉଛନ୍ତି। ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟଜଳ ଯୋଗାଇବା ତଥା ଜଳକଷ୍ଟ ଦୂର କରିବା ପାଇଁ ପଞ୍ଚାୟତଗୁଡ଼ିକରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି।
ପାଇପ ଜଳଯୋଗାଣ, ରକ୍ଷଣାବେକ୍ଷଣ ତଥା ଟ୍ୟୁବ ୱେଲ ମରାମତି କ୍ଷେତ୍ରରେ ସେମାନେ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।






![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















