ମାଘମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ମହାନ ଅବସର

0
145

By Our Correspondent

DHENKANAL/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳାରେ ସାମିଲ ହେବା ସହ ଯୋରନ୍ଦା ମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ଏକ ମହାନ ଅବସର ବୋଲି କହିଛନ୍ତି ।

ଏହି ଅବସରରେ ଦୀପ ପ୍ରଜ୍ଜ୍ୱଳନ କରି ମହିମା ଗୋସାଇଁଙ୍କ କରୁଣା ଏବଂ ପୂଜ୍ୟ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ  ପବିତ୍ର ମାଘ ମାସରେ ଶୂନ୍ୟବାଦର ପୂଣ୍ୟପୀଠ ଏବଂ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାରେ ‘ବିଶ୍ୱପ୍ରସିଦ୍ଧ ମାଘମେଳା’ରେ ସାମିଲ ହେବା ମୋର ସୌଭାଗ୍ୟ । ଯୋରନ୍ଦା ମେଳା, ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଆଜି ଆଧ୍ୟାତ୍ମିକତା ଦୁନିଆ ସହ ଯୋଡିହେବାର ପବିତ୍ର ଦିନ । 

ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଦୁଃର୍ମୂଲ୍ୟ ବାର୍ତ୍ତା ସର୍ବସମାଜର ବିକାଶରେ ବିଶେଷତଃ ବଞ୍ଚିତ ବର୍ଗର କଲ୍ୟାଣ କରିବା ପାଇଁ ମାନବ ସମାଜକୁ ପ୍ରେରିତ କରିଆସିଛି । ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ନିଜକୁ ବଳିଦାନ ଦେଇ ବିଶ୍ୱ କଲ୍ୟାଣ ଦିଗରେ ଆଗଭର ହେବା ପାଇଁ ମହିମା ସମାଜ ଦେଉଥିବା ବାର୍ତ୍ତା ଓ ବିଚାର ଅନନ୍ୟ । ଆଜିର ଦିନରେ ଶୂନ୍ୟ ଭଗବାନଙ୍କ ପାଖରେ ସମାଜରେ ସୁଖ, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here