Union Education Minister lays foundation stone of state-of-the-art facilities for students and faculty at Indian Institute of Management, Calcutta through video conference

0
105
ସବୁଠାରୁ ପୁରାତନ ଆଇଆଇଏମ୍(ଭାରତୀୟ ପ୍ରବନ୍ଧ ସଂସ୍ଥାନ) ମଧ୍ୟରେ ଆଇଆଇଏମ କୋଲକାତା ହେଉଛି ଅନ୍ୟତମ । ଏହାର ଏକାଡେମିକ ଏବଂ ମ୍ୟାନେଜମେଣ୍ଟ ଉତ୍କର୍ଷତାର ଏକ ଅନନ୍ୟ ପରମ୍ପରା ରହିଛି । ଆଇଆଇଏମ, କୋଲକାତା ଆଗାମୀ ଦିନରେ ଭାରତୀୟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

By Our Correspondent

BHUBANESWAR:  ସବୁଠାରୁ ପୁରାତନ ଆଇଆଇଏମ୍(ଭାରତୀୟ ପ୍ରବନ୍ଧ ସଂସ୍ଥାନ) ମଧ୍ୟରେ ଆଇଆଇଏମ କୋଲକାତା ହେଉଛି ଅନ୍ୟତମ । ଏହାର ଏକାଡେମିକ ଏବଂ ମ୍ୟାନେଜମେଣ୍ଟ ଉତ୍କର୍ଷତାର ଏକ ଅନନ୍ୟ ପରମ୍ପରା ରହିଛି । ଆଇଆଇଏମ, କୋଲକାତା ଆଗାମୀ ଦିନରେ ଭାରତୀୟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ବୁଧବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ, କୋଲକାତାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧାର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୭୨୬ଟି ରୁମ୍ ବିଶିଷ୍ଟ ଏକ ହଷ୍ଟେଲ, ଏକାଡେମିକ ବ୍ଲକ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ଆଇଆଇଏମ୍ ହେଉଛି ଆମ ଦେଶର ପ୍ରମୁଖ ଅନୁଷ୍ଠାନ ଏବଂ ଆମର ଗୌରବ ।

ଏକବିଂଶ ଶତାବ୍ଦୀର ଉଚ୍ଚଶିକ୍ଷାର ଆବଶ୍ୟକତା ଏବଂ ଅପେକ୍ଷା ଅନୁଯାୟୀ ଆଇଆଇଏମ କୋଲକାତା କ୍ୟାମ୍ପସ ଭିତ୍ତିଭୂମିର ଉନ୍ନତୀକରଣ ଏବଂ ପୁନଃବିକାଶ ହୋଇଛି । ଏପରି ଏକ ଏକ ମହତ୍ୱାକାଂକ୍ଷୀ ମାଷ୍ଟର ପ୍ଲାନ୍ ପାଇଁ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ । ଅତ୍ୟାଧୁନିକ ସୁବିଧା ସହ ନିର୍ମିତ ହେବାକୁ ଥିବା ହଷ୍ଟେଲ ଦ୍ୱାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ। 

କୋଲକାତା ଷାଠିଏ ଦଶକରେ ଏକ ଐତିହାସିକ, ସଭ୍ୟତାସମ୍ପନ୍ନ ଓ ଶିଳ୍ପ ସମୃଦ୍ଧ ସହର ଥିଲା । କ୍ୟାମ୍ପସର ପୁନଃ ଉନ୍ନତିକରଣ ଏହାର ଶିକ୍ଷାନୁଷ୍ଠାନ ମାନରେ ଉନ୍ନତି ଆଣିବ ଏବଂ ଆଇଆଇଏମ୍ କୋଲକାତାର ଶିକ୍ଷାଗତ ପରମ୍ପରାରେ ନୂଆ ଦିଗ ଯୋଡିବ । ଏହି ସମ୍ମାନଜନକ ଅନୁଷ୍ଠାନ ଭାରତୀୟ ମ୍ୟାନେଜମେଣ୍ଟରେ ନୂତନ ବେଞ୍ଚମାର୍କ  ପ୍ରତିଷ୍ଠା କରିବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଇଆଇଏମ୍ ଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here