Union Education Minister lays foundation stone for permanent campus of Kendriya Vidyalaya, MCL Subhadra Area in Talcher

0
123

By Our Correspondent

TALCHER/BHUBANESWAR:  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଙ୍କରେଇ ସ୍ଥିତ ଏମସିଏଲର ସୁଭଦ୍ରା ଅଞ୍ଚଳରେ ଆଜି ଶିଳାନ୍ୟାସ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ତାଳଚେରରେ ପାଠପଢାର ପରମ୍ପରାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତରେ ଯୋଡିବା ପାଇଁ ଭଲ ପାଠ ପଢାଇବା, ଦକ୍ଷତା ବୃଦ୍ଧି କରାଇବା ସହ ଧନୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 

ଏହି କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଭୂମିପଜନ କରିବା ସହ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କୋଲ୍ ଇଣ୍ଡିଆ ଓ ଏମସିଏଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ପାଠ ପଢିବାର ପରମ୍ପରା ପୂର୍ବରୁ ରହିଆସିଛି । ଏମଏସଏଲର ସିଏସଆର ପ୍ରକଳ୍ପ ଅଧୀନରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ । ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ମୌଳିକ ଆବଶ୍ୟକତାକୁ ପୂରଣ କରିବ । ଏଠାରେ ପାଠ ପଢୁଥିବା ପିଲାମାନେ ବିକଶିତ ଭାରତର ସୈନିକ ହେବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଓ ଖଣି କ୍ଷେତ୍ରରେ ସଂସ୍କାର କାରଣରୁ ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ବାର୍ଷିକ ୬୦ ହଜାର କୋଟି ଟଙ୍କା ଦେଉଛି । ସଠିକ୍ ଯୋଜନା ହେଲେ ଏହି ଅଞ୍ଚଳର ଅଧିକାଂଶ ପିଲାମାନେ ବୈଜ୍ଞାନିକ ହେବା ସହ ଇଞ୍ଜିନିୟର ହେବେ । ଏ ଜିଲ୍ଲାର ପିଲାମାନେ ଜିନ୍ଦଲଠୁ ବଡ କାରଖାନା ନିର୍ମାଣ କରି, ଏ ବିଶ୍ୱାସ ମୋର ଅଛି । 

ତାଳଚେରରେ ଏବେ ୧୦୦ ମିଲିୟନ ଟନ କୋଇଲା ଉତ୍ପାଦନ ହେଉଛି । ଆଗାମୀ ଦିନରେ ବେସରକାରୀ ମାଇନିଂ, ମର୍ଚାଣ୍ଟ ମାଇନିଂ, କୋଲ୍ ଇଣ୍ଡିଆ ମାଇନିଂ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ କମ୍ପାନୀକୁ ମିଶାଇଲେ ଏହି ଅଞ୍ଚଳରେ ୨୫୦ ମିଲିୟନ ଟନ କୋଇଲା ଉତ୍ପାଦନ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ, ବମ୍ବେ ଓ ଆଇଆଇଏମ ସମ୍ବଲପୁରର ମିଳିତ ଉଦ୍ୟମରେ ପ୍ରାରମ୍ଭିକ ପ୍ରାରମ୍ଭିକ ପର୍ଯ୍ୟାୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଏମବିଏ ଡିଗ୍ରୀ ଦେବା ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ତରର ଅତ୍ୟାଧୁନିକ କେନ୍ଦ୍ର କରିବା ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ । ଅନୁଗୋଳ ଜିଲ୍ଲାରେ ଆଇଆଇଏମ ପ୍ରତିଷ୍ଠା କରିବା ପାଇଁ ଯୋଜନା ହେବା କଥା ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଛେଣ୍ଡିପଦାରେ ଜିନ୍ଦଲ ଭଳି ଅତ୍ୟାଧୁନିକ କାରଖାନା ଉଠିଛି । ଆଗାମୀ ଦିନରେ ଏହାର ଉତ୍ପାଦନ କରିବାର କ୍ଷମତା ୪ ଗୁଣା ବୃଦ୍ଧି ପାଇବ । ଛେଣ୍ଡିପଦା ବ୍ଲକରେ ଆହୁରି ୪ଟି କମ୍ପାନୀର କାମ ଆରମ୍ଭ ହେବ, ଯାହାର ରେଫରେନ୍ସ ପଏଣ୍ଟ ସୁଭଦ୍ରା ହେବ । ଏଠାରେ ଲୋକମାନଙ୍କର ଅପେକ୍ଷା ଅଛି କୋଇଲା କମ୍ପାନୀମାନେ ସେମାନଙ୍କ ଜମି ନିଅନ୍ତୁ ପଛେ କିନ୍ତୁ ସେମାନଙ୍କୁ ସେମାନଙ୍କର ଅଧିକାର ବା ସୁବିଧା ମିଳୁ । କୋଇଲା କମ୍ପାନୀମାନେ ମିଳିତ ଉଦ୍ୟମରେ ପାରଦର୍ଶୀତା ଉପାୟରେ ସ୍ଥାନୀୟ ଲୋକଙ୍କ ଦାୟିତ୍ୱ ନିଅନ୍ତୁ । କୋଇଲା କମ୍ପାନୀ ଗୁଡିକ ନାଗରିକଙ୍କ ମଧ୍ୟରେ ସହଯୋଗର ସେତୁ ହୋଇ ଅଞ୍ଚଳର ବିକାଶ କରନ୍ତୁ ।

ଉଲ୍ଲେଖନୀୟ ଯେ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଡି ହୋଇ ନିଜର ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here