Union Education Minister Inaugurates NSTI Campus Agartala and Girl’s Hostel in Vadodara

0
65

By Our Correspondent

NEW DELHI/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ମହିଳା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର(ମହିଳା), ଅଗରତାଲା ଏବଂ ଭଦୋଦରାରେ ଥିବା ଜାତୀୟ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର(ମହିଳା)ରେ ଏକ ଛାତ୍ରୀ ନିବାସର ଉଦଘାଟନ କରିଛନ୍ତି ।

ସେ କହିଛନ୍ତି ଯେ ଆଜି ବିଶିଷ୍ଟ ମହିଳା ନେତ୍ରୀ ତଥା ମହିୟସୀ ସରୋଜିନୀ ନାଇଡୁଙ୍କ ଜନ୍ମଦିନ । ସେଭଳି ପବିତ୍ର ଅବସରରେ ୧୭ କୋଟି ଟଙ୍କା ଖର୍ଚ୍ଚରେ ୫ ବର୍ଷ ପୂର୍ବରୁ ଶିଳାନ୍ୟାସ ହୋଇଥିବା ଏନଏସଟିଆଇ (ମହିଳା), ଅଗରତାଲାର ଲୋକାର୍ପଣ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡ. ମାନିକ୍ ଶାହାଙ୍କ ଉପସ୍ଥିତିରେ ହୋଇଛି । ସେହିପରି ଏନଏସଟିଆଇ (ମହିଳା), ଭଦୋଦରାରେ ୭ କୋଟି ଟଙ୍କା ଖର୍ଚ୍ଚରେ ଏକ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇଛି ।

 ଏହି ପଦକ୍ଷେପ ପୂର୍ବ ଭାରତ ଏବଂ ପଶ୍ଚିମ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ମହିଳା ସଶକ୍ତିକରଣର ବାସ୍ତବ ପ୍ରତୀକ ଭାବେ ପ୍ରତିଷ୍ଠିତ ହେବ । ଏହି କେନ୍ଦ୍ର ମହିଳାଙ୍କୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବ । ସେମାନଙ୍କୁ ରୋଜଗାର ଦେବା ପାଇଁ ଉଦ୍ୟୋଗୀ କରାଇବା ଭଳି ଦକ୍ଷତା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗେଇ ନେବାରେ ଆଜିର ପଦକ୍ଷେପ ସହାୟକ ହେବ ବୋଲି  ଶ୍ରୀ ପ୍ରଧାନ କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ମହିଳାଙ୍କ ପାଇଁ ଅନେକ କାମ ହେଉଛି । ୨୦୧୪ରେ ପ୍ରଧାନ ସେବକର ଦାୟିତ୍ୱ ନେବା ପରେ ମୋଦି ଆମ ସରକାର ମହିଳାଙ୍କ ପାଇଁ ସମର୍ପିତ ରହିବା କଥା କହିଥିଲେ । ଏହା ବାର୍ତ୍ତା ନୁହେଁ ଦାୟିତ୍ୱ ଥିଲା । ଆଜି ଉଚ୍ଚଶିକ୍ଷାରେ ଛାତ୍ରୀଙ୍କ ନାମଲେଖାରେ ୨୦୨୦-୨୧ରେ ୨.୦୧ କୋଟିରୁ ବଢି ୨୦୨୧-୨୨ରେ ୨.୭ କୋଟିକୁ ବୃଦ୍ଧି ହୋଇଛି ।

୨୦୧୪-୧୫ରେ ଛାତ୍ରୀଙ୍କ ସଂଖ୍ୟା ୧.୫୭ କୋଟିରେ ଥିବା ବେଳେ ଏବେ ଏଥିରେ ପ୍ରାୟ ୫୦ ଲକ୍ଷ ବା ୩୨ ପ୍ରତିଶତ ବୃଦ୍ଧି ହୋଇଛି । ୧୦ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଷ୍ଟେମ୍ ପାଠ୍ୟକ୍ରମରେ, ନାମଲେଖାରେ ୪୩ ପ୍ରତିଶତ ଝିଅ ଏବଂ ମହିଳା ଅଛନ୍ତି – ଯାହା କି ବିଶ୍ୱରେ ସର୍ବାଧିକ । ଏହି ସବୁ ପଦକ୍ଷେପ କର୍ମକ୍ଷେତ୍ରରେ ମହିଳାଙ୍କ ବଢୁଥିବା ଭାଗିଦାରୀରେ ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here