By Our Correspondent
NABARANGPUR/BHUBANESWAR: ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ହିଁ ଅନ୍ୟ ଏକ ବିକଳ୍ପ ବୋଲି ରବିବାର ଏହି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାର କୃଷି ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରରେ ପହଞ୍ଚାଇବା ପାଇଁ ପଡିବ । ଆମ ସମସ୍ତଙ୍କର ଦାୟିତ୍ୱ ଏ ଜିଲ୍ଲାକୁ ଆଗକୁ ନେବା ପାଇଁ ପଡିବ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱର କେନ୍ଦ୍ରବିନ୍ଦୁ ହେଲାଣି । ସେହି ସମୟରେ ଓଡ଼ିଶାର ପ୍ରଗତି ସେବେ ସମ୍ଭବ ହେବ ଯେବେ ନବରଙ୍ଗପୁର ପରି ଆକାଂକ୍ଷୀ ଜିଲ୍ଲା ଶିକ୍ଷା ମାଧ୍ୟମରେ ସ୍ୱାବଲମ୍ବୀ ଓ ସ୍ୱାଭିମାନ ହେବ । ଜିଲ୍ଲାର ପ୍ରଗତିରେ ହିଁ ରାଜ୍ୟ ଓ ଦେଶର ପ୍ରଗତି ଲୁଚି ରହିଛି । ଜିଲ୍ଲାକୁ ଆଗକୁ ନେବାକୁ ହେଲେ ଶିକ୍ଷାର କୌଣସି ବିକଳ୍ପ ନାହିଁ । ଶିକ୍ଷା ହିଁ ମଣିଷକୁ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ କରିବ । ଏହା ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ । ଶିକ୍ଷା ନୀତି ଚାକିରି ଅନ୍ୱେଷଣ ନୁହେଁ ଚାକିରିଦାତା ହେବାକୁ ଗୁରୁତ୍ୱ ଦେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଡା.କେ.କସ୍ତୁରିରଙ୍ଗନ ପ୍ରସ୍ତୁତ କରିଛନ୍ତି । ସ୍ଥାନୀୟ ଓ ମାତୃଭାଷାରେ ପାଠ ପଢିବା ପାଇଁ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ମାତୃଭାଷାରେ ପାଠ ପଢିଲେ ହିଁ ଏ ଅଞ୍ଚଳର ଜନଜାତି ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପରିପ୍ରକାଶ ଘଟିବ । ମାତୃଭାଷାରେ ଶିକ୍ଷା ମଣିଷକୁ ଉଚ୍ଚତର ସୋପାନକୁ ନେଇଥାଏ ।
ନବରଙ୍ଗପୁର କଲେଜରେ ସମାଜର ଅଧିକାଂଶ ବଞ୍ଚିତ ବର୍ଗର ପିଲାମାନେ ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର କଲେଜକୁ ବିଧିବଦ୍ଧ ଭାବେ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ ।କଲେଜକୁ ସରକାରୀ ମାନ୍ୟତା ମିଳିବା ଦ୍ୱାରା ଜନଜାତି ଛାତ୍ରଛାତ୍ରୀମାନେ ଅଧିକ ଲାଭ ପାଇପାରିବେ । ଶିକ୍ଷାନୁଷ୍ଠାନର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ମଧ୍ୟ ଯଥାସମ୍ଭବ ସହଯୋଗୀ ହେବେ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଏହି ଜିଲ୍ଲାର ଝରିଗାଁର ଗରିବ ପରିବାରରୁ ଆସି ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁଙ୍କୁ ସେ ଭେଟିଥିଲେ । ଶ୍ରୀକାନ୍ତ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଟୋ ମୋବାଇଲ ସେକ୍ସନରେ କାମ କରୁଛନ୍ତି । ଏକ ଗରିବ ପରିବାରରୁ ଆସିଥିବା କାରଣରୁ ଶ୍ରୀକାନ୍ତ ଆଇଟିଆଇ ପଢିଥିଲେ । ନବରଙ୍ଗପୁର ମାଟିରେ ସେହି ପ୍ରତିଭା ଅଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି, ସେହି ସମୟରେ ଏହି କଲେଜ ୫୦ ବର୍ଷ ପୂରଣ କରିବା ଆମ ପାଇଁ ଗୌରବର ବିଷୟ । ଇଂରେଜ ବିରୋଧୀ ପ୍ରଜା ଆନ୍ଦୋଳନରେ ଅବିଭକ୍ତ କୋରାପୁଟର ମାତୃଶକ୍ତି ମାନଙ୍କର ଅବଦାନ ଅବିସ୍ମରଣୀୟ । କୋୟା ରାଜଜେମା ବାଙ୍ଗରା ଦେବୀ, ବଣ୍ଡା ରାଣୀ ଖରା ପାର୍ବତୀ, ଲକ୍ଷ୍ମୀ ସଉରୁଣିଙ୍କ ସମେତ ଉମରକୋଟର ଅନେକ ଛୋଟ ଝିଅମାନେ ଇଂରେଜ ସାଙ୍ଗରେ ଲଢି ନିଜର ସାହସ ଦେଖାଇଥିଲେ ।
ନବରଙ୍ଗପୁର ଜିଲ୍ଲା ଆକାଂକ୍ଷୀ ଜିଲ୍ଲା । ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି । ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ଜନଜାତି ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି । ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ନବରଙ୍ଗପୁର କଲେଜର ପୁରାତନ ଛାତ୍ର ସଂଘ ଓ କଲେଜ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମନୀଷା ପଣ୍ଡା ସୁନ୍ଦର ପାରମ୍ପରିକ ଚିତ୍ର ପ୍ରଦାନ କରିଥିଲେ । ମନୀକ୍ଷାଙ୍କ ଚିତ୍ର କରିବାର ପ୍ରତିଭା ଯୁବ ସମାଜକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।












![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)











