Tourist Facilitation Centre at Maninaga Temple in Ranapur inaugurated

0
427

By Our Correspondent
BHUBANESWAR: ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ମଣିନାଗ ପୀଠରେ ୧୦୦ ଫୁଟ ଲମ୍ବ ଓ ୪୦ ଫୁଟ ଓସାର ବିଶିଷ୍ଟ ଗୋଷ୍ଠୀ କେନ୍ଦ୍ର ସମେତ ଆନ୍ୟାନ୍ୟ ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯାଇଛି । ଏଠାରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସୁବିଧା ସାଙ୍ଗକୁ ଶୌଚାଳୟ ସୁବିଧା ରହିଛି । ୧୪ ଗୋଟି ସୋଲାର ଲାଇଟ୍ ଦ୍ୱାରା ତଳ ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ସାଙ୍ଗକୁ ମଣିନାଗ ପୀଠର ଅଧପନ୍ତରିଆ ଭାବେ ଥିବା ତୋରଣର କାମ ପୂର୍ଣ୍ଣାଙ୍ଗ ହୋଇଛି । ଉପର ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ପାଇଁ ଗୋଟିଏ ହାଇ ମାଷ୍ଟ ଲାଇଟ୍ ଟାୱାର ଓ ଚାରୋଟି ଫୋକସ୍ ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ଦ୍ୱାରା ଆଗନ୍ତୁକ ଓ ପର୍ଯ୍ୟଟକମାନେ ବିଶେଷ ଉପକୃତ ହେବେ । ପୀଠକୁ ଆଗାମୀ ଦିନରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବ । ରଣପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପର୍ବତମାଳାର ଶିଖରରେ ପ୍ରାକୃତିକ ମନୋରମ ପରିବେଶରେ ଗଢ଼ି ଉଠିଥିବା ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣକୁ ଆଗେଇ ନେଇଥିବାରୁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଆଗାମୀ ୨୫ ବର୍ଷ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଆହ୍ୱାନ କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅଞ୍ଚଳ, ସଂସ୍କୃତି, ସପ୍ତରଙ୍ଗୀ ଓ ଆର୍ଥିକ ପେଣ୍ଠସ୍ଥଳୀର ସମ୍ଭାବନା ରଖୁଥିବା ନୟାଗଡ଼ ଜିଲ୍ଲାର ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମଣିନାଗଙ୍କ ଆଶୀର୍ବାଦରେ ସାମୂହିକ ଉଦ୍ୟମରେ ବିକଶିତ କରାଯିବ । ରଣପୁରର ବୀର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ସାହସ, ବୀରତ୍ୱ, ପରାକ୍ରମ ଚିର ସ୍ମରଣୀୟ । ତାଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଦେଶ ସ୍ୱାଧୀନତା ପୂର୍ତ୍ତିର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ଦର୍ଶନ କରିଥିଲେ । ରଣପୁର ସ୍ଥିତ ‘ଶହୀଦ ରଘୁ- ଦିବାକର’ ସ୍ମୃତି ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସିକୋ ଠାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ହଟନାଥ ମଙ୍ଗରାଜଙ୍କୁ ଭେଟି ଆଶୀର୍ବାଦ ନେବା ସହ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ସାକ୍ଷାତ୍ କରିବା ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କୁ ଗଡ଼ ଖୋର୍ଦ୍ଧା, ମଳିପଡା, ଜଙ୍କିଆ, ଛଣଗିରି ଓ ସିକୋ ସମେତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here